www.samajalive.in
Wednesday, December 10, 2025
15.1 C
Bhubaneswar

କମିନ୍‌ସ, ହୋଲଡରଙ୍କୁ ଜୀବନର ଶ୍ରେଷ୍ଠ ଟେଷ୍ଟ ମାନ୍ୟତା

ଦୁବାଇ : ଆଇସିସି ପକ୍ଷରୁ ମଙ୍ଗଳବାର ଟେଷ୍ଟ ମାନ୍ୟତା ତାଲିକା ପ୍ରକାଶ ପାଇଛି। ବ୍ୟାଟସମ୍ୟାନ ତାଲିକାରେ ବିଶେଷ ପରିବର୍ତ୍ତନ ଘଟିନଥିବାବେଳେ ବୋଲରଙ୍କ ତାଲିକାରେ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍‌ସ ଓ ୱେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲଡର ଜୀବନର ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ତାଲିକାରେ ଶୀର୍ଷ ମାନ୍ୟତା ବଜାୟ ରଖିଥିବାବେଳେ ପ୍ୟାଟ୍‌ କମିନ୍‌ସ ୨ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ନିକଟରେ ଶ୍ରୀଲଙ୍କା ବିପକ୍ଷ ଦୁଇଟିକିଆ ଟେଷ୍ଟ ସିରିଜରେ କମିନ୍‌ସ ମୋଟ ୧୪ଟି ୱିକେଟ ଅକ୍ତିଆର କରି ‘ପ୍ଲେୟାର ଅଫ୍‌ ଦି ସିରିଜ’ ବିବେଚିତ ହୋଇଛନ୍ତି। ଏଭଳି ଉନ୍ନତ ପ୍ରଦର୍ଶନ ଯୋଗୁଁ ସେ ଇଂଲଣ୍ଡର ଜେମ୍‌ସ ଆଣ୍ଡରସନଙ୍କୁ ପଛରେ ପକାଇ ୨ୟ ସ୍ଥାନରେ ଉପନୀତ ହୋଇଛନ୍ତି। ଅପରପକ୍ଷରେ ହୋଲଡର ଚାରିଟି ପାହ୍ୟା ଉପରକୁ ଉଠି ଜାବନର ଶ୍ରେଷ୍ଠ ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡ ବିପକ୍ଷ ଦୁଇଟି ଟେଷ୍ଟରେ ହୋଲଡର ଚମତ୍କାର ପ୍ରଦର୍ଶନ କରିବା ଫଳରେ ଏହା ତାଙ୍କର ମାନ୍ୟତା ଉପରେ ଅନୁକୂଳ ପ୍ରଭାବ ପକାଇଛି। ଏହି ତାଲିକାର ଶ୍ରେଷ୍ଠ ଦଶ ମଧ୍ୟରେ ଭାରତର ଦୁଇଜଣ ବୋଲର ସ୍ଥାନ ପାଇଛନ୍ତି। ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନ ଯଥାକ୍ରମେ ୫ମ ଓ ୧୦ମ ସ୍ଥାନରେ ରହିଛନ୍ତି।
ବ୍ୟାଟସମ୍ୟାନ ତାଲିକାରେ ବିରାଟ କୋହଲି ଶୀର୍ଷରେ ଥିବାବେଳେ ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମସନ ଓ ଭାରତର ଚେତେଶ୍ବର ପୂଜାରା ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଋଷଭ ପନ୍ତ୍‌ ୧୫ ଓ ଅଜିଙ୍କ୍ୟ ରାହାଣେ ୨୧ଶ ସ୍ଥାନରେ ରହିଛନ୍ତି। ଦଳଗତ ତାଲିକାରେ ଭାରତ ୧୧୬ ପଏଣ୍ଟ ସହ ଶୀର୍ଷ ମାନ୍ୟତା ବଜାୟ ରଖିଥିବାବେଳେ ତା’ ପଛକୁ ଦକ୍ଷିଣ ଆଫ୍ରିକା (୧୧୦) ୨ୟ ଓ ଇଂଲଣ୍ଡ (୧୦୮) ୩ୟ ସ୍ଥାନରେ ରହିଛି। ନିକଟରେ ଶ୍ରୀଲଙ୍କାକୁ ଟେଷ୍ଟ ସିରିଜରେ ୨-୦ରେ ପରାସ୍ତ କରିଥିବା ସତ୍ତ୍ବେ ଅଷ୍ଟ୍ରେଲିଆ ମାନ୍ୟତା ତାଲିକାରେ ଉପରକୁ ଉଠିପାରିନାହିଁ। ଅଷ୍ଟ୍ରେଲିଆ ଏହି ବିଜୟ ଫଳରେ ୩ ପଏଣ୍ଟ ହାସଲ କରିଥିଲେ ସୁଦ୍ଧା ନ୍ୟୁଜିଲାଣ୍ଡ (୧୦୭) ପଛକୁ ୫ମ ସ୍ଥାନରେ ରହିଛି। ଅପରପକ୍ଷରେ ଶ୍ରୀଲଙ୍କା, ପାକିସ୍ତାନ, ୱେଷ୍ଟଇଣ୍ଡିଜ, ବାଂଲାଦେଶ ଓ ଜିମ୍ବାୱେ ତାଲିକାରେ ଯଥାକ୍ରମେ ୬ଷ୍ଠରୁ ୧୦ମ ସ୍ଥାନ ଅଧିକାର କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories