www.samajalive.in
Tuesday, December 9, 2025
23.1 C
Bhubaneswar

ମା’ଶୈଳପୁତ୍ରୀଙ୍କର ପ୍ରାଚୀନ ମନ୍ଦିର

ଉତ୍ତରପ୍ରଦେଶର ବାରାଣସୀ ସନ୍ନିକଟ ଅଲଇପୁରରେ ମା’ଶୈଳପୁତ୍ରୀଙ୍କର ପ୍ରାଚୀନ ମନ୍ଦିର ଅବସ୍ଥିତ। ଏଠାରେ ନବରାତ୍ରିର ପ୍ରାରମ୍ଭରେ ଦେବୀଙ୍କ ସ୍ୱରୂପକୁ ଖୁବ ଆଡ଼ମ୍ବର ସହ ପୂଜାର୍ଚ୍ଚନା କରାଯାଇଥାଏ। ଏହି ସମୟରେ ବହୁ ଭକ୍ତଙ୍କ ସୁଅ ମଧ୍ୟ ଛୁଟିଥାଏ।
ମା’ଶୈଳପୁତ୍ରୀଙ୍କର ଏହି ମନ୍ଦିରରେ ପ୍ରଥମ ନବରାତ୍ରି ଦିନ ମା’ଙ୍କୁ ଦର୍ଶନ କଲେ ଭକ୍ତଙ୍କର ସମସ୍ତ ମନୋକାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ଏଠାରେ ବହୁ ଭିଡ଼ ପରିଲକ୍ଷିତ ହେଲେ ମଧ୍ୟ ନବରାତ୍ରି ସମୟରେ ବହୁ ଦୂରରୁ ଭକ୍ତଙ୍କ ସମାଗମ ହୋଇଥାଏ।
ନବରାତ୍ରି ସମୟରେ ମା’ଙ୍କ ପୂଜାର ବିଶେଷ ମହତ୍ୱ ହେଉଛି, ନବବିବାହିତାମାନେ ଏହି ସମୟରେ ମା’ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କଲେ ବୈବାହିକ ଜୀବନର ସମସ୍ତ କଷ୍ଟ ଦୂର ହୋଇଯାଏ।
ମନ୍ଦିର ବିଷୟରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି ……
ଶାସ୍ତ୍ରରେ କୁହାଯାଇଛି ଯେ, ମା’ପାର୍ବତୀ ହିମବାନଙ୍କ ପୁତ୍ରୀ ରୂପରେ ଜନ୍ମ ନେବା ପରେ ଶୈଳପୁତ୍ରୀ ନାମରେ ନାମିତ ହେଲେ। ଏକଦା ମାତା ଭଗବାନ ଶଙ୍କରଙ୍କ ଉପରେ ରାଗି କାଶୀ ଆସି ଏହି ସ୍ଥାନରେ ରହିଥିଲେ। ଭଗବାନ ମହାଦେବ ମା’ଙ୍କୁ ବୁଝାଇବାକୁ ଆସିବାରୁ ସେ କହିଲେ ଏହି ସ୍ଥାନ ତାଙ୍କୁ ଖୁବ୍ ପସନ୍ଦ ହୋଇଛି। ତେଣୁ ମାତା ଏଠାରେ ବିରାଜମାନ।
ଏଠାରେ ମା’ଙ୍କର ୩ ଥର ଆଳତି ହୋଇଥାଏ। ନଡ଼ିଆ ସହ ସଧବା ନାରୀଙ୍କ ସମ୍ବନ୍ଧୀତ ବିଭିନ୍ନ ଦ୍ରବ୍ୟ ଅର୍ପଣ କରାଯାଏ। ଭଗବତୀ ଦୁର୍ଗାଙ୍କର ପ୍ରଥମ ସ୍ୱରୂପ ମା’ଶୈଳପୁତ୍ରୀଙ୍କୁ କୁହାଯାଏ। ମା’ଙ୍କ ବାହନ ବୃଷଭ ଅଟେ। ମା’ଙ୍କ ଡ଼ାହାଣ ହାତରେ ତ୍ରିଶୂଳ, ବାମ ହାତରେ ପଦ୍ମ ବିରାଜିତ। ଏଠାକୁ ଆସୁଥିବା ଭକ୍ତମାନଙ୍କ ସମସ୍ତ ଦୁଃଖ ଦୂର ହେବା ସହ ବୈବାହିକ ଜୀବନର ସମସ୍ତ କଷ୍ଟ ମଧ୍ୟ ଦୂର ହୋଇଥାଏ।
ଗମନାଗମନ ଦୃଷ୍ଟରୁ ଉଡ଼ାଜାହାଜ ଓ ଟ୍ରେନରେ ବାରାଣସୀ ଯାଇହେବ। ଏହାପରେ ଅନ୍ୟାନ୍ୟ ବସ କିମ୍ବା ଟ୍ୟାକ୍ସିରେ ଏହି ମନ୍ଦିରକୁ ଯାଇପାରିବେ।

Hot this week

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

Related Articles

Popular Categories