www.samajalive.in
Sunday, December 7, 2025
23.1 C
Bhubaneswar

କୁବେର ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ମାଳ ମାଳ ପ୍ଲଟ୍‌, ପୁଳା ପୁଳା ସୁନା..

ଭୁବନେଶ୍ୱର : କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି କାବା ଭିଜିଲାନ୍ସ ଅଧିକାରୀ । ପୁଳା ପୁଳା ସୁନା ଏକ ଗହଣା ଦୋକାନର ଭ୍ରମ ସୃଷ୍ଟି କରୁଛି । ସୋମବାର ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅନେକ ସ୍ଥାନରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ ଜବତ ହୋଇଥିବା ସୁନାଗହଣା ଓ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍‌ କାବା ହୋଇଛନ୍ତି । ପ୍ରଦୀପଙ୍କର ୪୨ରୁ ଅଧିକ ପ୍ଲଟ, ଭୁବନେଶ୍ୱରରେ ୨ଟି ଦାମୀ ଫ୍ଲାଟ୍‌, ଭଦ୍ରକ ଓ ଭୁବନେଶ୍ୱରରେ ତିନି ମହଲା କୋଠା, ଔଷଧ ଦୋକାନ, ଢେଙ୍କାନାଳରେ କ୍ରସର ୟୁନିଟ୍‌, ୮୮ ଲକ୍ଷ ଜମା ଟଙ୍କା,  ଚାରି ଚକିଆ ଯାନ ସହ ଜେସିବି ଠାବ ହୋଇଛି ।

‘ରଖେ ହରି ତ ମାରେ କିଏ’ – ଭିଡିଓରେ ଦେଖନ୍ତୁ,ଖେଳୁ ଖେଳୁ ନାଳକୁ ଖସି ପଡିଲା ଶିଶୁ, ଆଉ ତା’ପରେ..

- Advertisement -

ସୁନା ଅଳଙ୍କାର ମଧ୍ୟରେ ହାର, ବ୍ରେସଲେଟ, ମୁଦି, ଚୁଡି, ରୁପା କଏନ ଆଦି ଜବତ ହୋଇଛି। ଭୁବନେଶ୍ୱର ସତ୍ୟନଗର ଘରେ ପହଞ୍ଚି କଟକ ଡିଭିଜନ ଏସପି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଏହାସହ ତାଙ୍କର କଟକ ବାରବାଟୀ ଷ୍ଟାଡିୟମ କାର୍ଯ୍ୟାଳୟ ସମେତ ଏକକାଳୀନ ୧୨ଟି ସ୍ଥାନରେ ଚଢାଉ କରାଯାଉଛି ।

ଅଗଷ୍ଟରେ ହେବ ୩ଟି ରାଜଯୋଗ : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ସବୁକିଛି..

ବିଶେଷଜ୍ଞଙ୍କ ମତ : କ୍ଷୀରରେ କିସମିସ ବତୁରାଇ ଖାଇଲେ ମିଳେ ଏହି ଲାଭ..

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories