www.samajalive.in
Sunday, December 7, 2025
26.1 C
Bhubaneswar

କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ନିକଟ ଭେଣ୍ଡିଂ ଦୋକାନରେ ଚଢାଉ

କଟକ: ଭେଣ୍ଡିଂ ଦୋକାନରେ ସିଏମସିର ଚଢାଉ। କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ନିକଟ ସିଏମସି ଭେଣ୍ଡିଂ ଦୋକାନରେ ଏହି ଚଢ଼ାଉ କରାଯାଇଛି। ରାସ୍ତାକଡ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଅଭିଯୋଗରେ ସିଏମସି ଏନଫୋର୍ସମେଣ୍ଟ ଟିମ ଚଢାଉ କରିଛନ୍ତି। ରାସ୍ତା କଡରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିଲା। ସିଏମସି ଖାଦ୍ୟ ସୁରକ୍ଷା ଅଧିକାରୀ, ଫୁଡ଼ ଇନ୍ସପେକ୍ଟର ଚଢ଼ାଉ କରି ୩ଟି ଦୋକାନକୁ ସିଲ୍ କରିଛନ୍ତି।

ଦଶହରାରେ ୨ ରାଜଯୋଗ ସହ ଅଦ୍ଭୁତ ସଂଯୋଗ; ଏହି ରାଶିଙ୍କ ଭାଗ୍ୟ ବଦଳିଯିବ, ମିଳିବ ଧନ, ହେବ ବିବାହ..

- Advertisement -

 

୬୦ ବର୍ଷରେ ବି ଦେଖାଯିବେ ୨୫ ବର୍ଷ ; ଯୁବା ଦେଖାଯିବାର ଲୋଭ ଦେଖାଇ ୩୫ କୋଟି ଟଙ୍କା ଚୁନ ଲଗାଇଲେ ଦମ୍ପତି..

ୟୁଟ୍ୟୁବ୍‌ ସର୍ଟ୍ସ ପାଇଁ ଆସିଲା ବଡ ଅପଡେଟ୍‌; ଅକ୍ଟୋବର ୧୫ରୁ ହେବ ଏହି ପରିବର୍ତ୍ତନ ..


ଦୋକାନନୀଙ୍କ ନିକଟରେ ଆବଶ୍ୟକୀୟ ଫୁଡ଼ ଲାଇସେନ୍ସ ନଥିବାରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଛି। ସିଏମସି ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା କହିଛନ୍ତି, କ୍ୟାନ୍ସର ହସ୍ପିଟାଲ ମୁଖ୍ୟ ଫାଟକ ନିକଟରେ ଥିବା ସିଏମସିର ଭେଣ୍ଡିଙ୍ଗ ଜୋନକୁ ଖାଇବା ବ୍ୟବସାୟୀ ସଠିକ୍‌ ଭାବେ ବ୍ୟବହାର କରୁନାହାଁନ୍ତି। ଏନେଇ ପୂର୍ବରୁ ମଧ୍ୟ ବ୍ୟବସାୟୀମାନଙ୍କୁ ଏଭଳି କାର୍ଯ୍ୟରୁ ନିବୃତ ରହିବା ପାଇଁ କୁହାଯାଇଥିଲା ମାତ୍ର ସେମାନେ ଏହାର ପାଳନ କରି ନଥିବାରୁ ସିଏମସିର ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରିଛନ୍ତି। ଅସ୍ୱାସ୍ଥ୍ୟକର ବାତାବରଣ ମଧ୍ୟରେ ରୋଷେଇ, ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ସେହି ଖାଦ୍ୟ ବିକ୍ରି କରିବା ନିୟମ ବିରୁଦ୍ଧ କେବଳ ପର୍ସଲ ଖାଦ୍ୟ ହିଁ ବିକ୍ରି ହେଇ ପାରିବ। ତେଣୁ ଏହି ଅଂଚଳରେ ଥିବା ସମସ୍ତ ଭେଣ୍ଡିଙ୍ଗ ଜୋନକୁ ଯାଞ୍ଚ କରିବା ସହ ଅନେକ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି ଓ ଅନେକ ଦୋକାନ ମଧ୍ୟ ସିଲ୍‌ କରାଯାଇଛି। କିଛି ଦିନ ମଧ୍ୟରେ ଏଠାରେ ଖୋଲା ସ୍ଥାନରେ ଜରିପାଲ ଟାଣି ଅନେକ ହୋଟେଲ ବ୍ୟବସାୟୀ ବ୍ୟବସାୟ କରୁଥିଲେ।

୬୦ ବର୍ଷରେ ବି ଦେଖାଯିବେ ୨୫ ବର୍ଷ ; ଯୁବା ଦେଖାଯିବାର ଲୋଭ ଦେଖାଇ ୩୫ କୋଟି ଟଙ୍କା ଚୁନ ଲଗାଇଲେ ଦମ୍ପତି..

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories