www.samajalive.in
Monday, December 15, 2025
24.1 C
Bhubaneswar

ଆସନ୍ତା ୯ରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଓସିଏ ପକ୍ଷରୁ ଜୋରଦାର ପ୍ରସ୍ତୁତି

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଡ଼ିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ୨୦-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଓସିଏ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ବାରବାଟୀ ରେ ଏହା ହେବ ଚତୁର୍ଥ ଅନ୍ତରଜାତୀୟ ୨୦-୨୦ ମ୍ୟାଚ୍ । ପୂର୍ବରୁ ଏଠାରେ ତିନୋଟି ୨୦-୨୦ ମ୍ୟାଚ୍ ଖେଳାଯାଇଛି । ଭାରତ ତିନୋଟି ଯାକ ମ୍ୟାଚ୍ ଖେଳି ଗୋଟିଏ ଜିତିଥିବାବେଳେ ଦୁଇଟି ପରାଜିତ ହୋଇଛି। ଦକ୍ଷିଣ ଆଫ୍ରିକା ବାରବାଟୀ ରେ ଦୁଇଟି ମ୍ୟାଚ୍ ଖେଳି ଦୁଇଟି ଯାକ ମ୍ୟାଚ୍ ରେ ବିଜୟ ହାସଲ କରିଛି।

ଡ଼ିସେମ୍ବର୍ ୯ ରେ ଖେଳାଯିବାକୁ ଥିବା ମ୍ୟାଚ୍ ଲାଗି ଦୁଇଟି ପିଚ୍ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ଗୋଟିଏ ପିଚ୍ ରେ ମ୍ୟାଚ୍ ଖେଳଜିବ। ଏହି ମାଚ ରାତି ୭ଟା ରୁ ଖେଳାଯିବ l ରାତିରେ ମ୍ୟାଚ୍ ଅନୁଷ୍ଠିତ ହେଉଥିବାରୁ କାକର ଅନୁଭୁତ ହେବ। କାକର କୁ ଏଡାଇବା ନେଇ ଓସିଏ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବାରବାଟୀ ଷ୍ଟାଡିଅମ ପରିସର ଓ ବାହାରେ ଆବଶ୍ୟକ ମରାମତି କାର୍ଯ୍ୟ ଜାରି ରହିଛି। ଆସନ୍ତା ପହିଲା ରେ ବିସିସିଆଇ ଦଳ ବାରବାଟୀ ଷ୍ଟାଡିଅମ ପଡିଆ ଓ ପିଚ ପରିଦର୍ଶନ ରେ ଆସିବେ ବୋଲି ଜଣାପଡିଛି । ବିସିସିଆଇ ଦଳର ପରାମର୍ଶ କ୍ରମେ ପଡିଆ ଓ ପିଚର କାମ କରାଯିବ ବୋଲି ସୂଚନା ମିଳିଛି।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories