www.samajalive.in
Monday, December 8, 2025
14.1 C
Bhubaneswar

ରାଜଧାନୀରେ ଛୁରାମାଡ଼; ଖୋର୍ଦ୍ଧାରେ ବାର୍‌ କର୍ମଚାରୀଙ୍କୁ ଛୁରି ଭୁସି ହତ୍ୟା

ଭୁବନେଶ୍ବର/ ଖୋର୍ଦ୍ଧା : ରାଜଧାନୀର ଦୁଇଟି ସ୍ଥାନରେ ଦୁର୍ବୃତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି।ମଦ ପିଇବାକୁ ବାରଣ କରିବାରୁ ମଙ୍ଗଳବାର ସଂଧ୍ୟା ସାଢ଼େ ୫ଟା ବେଳେ ଖୋର୍ଦ୍ଧା ଜାତୀୟ ରାଜପଥ କଡ଼ରେ ଥିବା ଏକ ବାର୍‌ର ସିକ୍ୟୁରିଟି ଗାର୍ଡ଼ଙ୍କୁ ଦୁର୍ବୃତମାନେ ଛୁରି ଭୁସି ହତ୍ୟା କରିଥିବା ଜଣାପଡ଼ିଛି। ଅନ୍ୟପଟେ ଗାଡ଼ି ସାଇଡ୍‌ ନ ଦେବାରୁ ଇସ୍‌କନ୍ ମନ୍ଦିର ନିକଟରେ ମଙ୍ଗଳବାର ଅପରାହ୍ଣରେ ଜଣେ ଯୁବକଙ୍କୁ ଛୁରାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି।
ରାଜଧାନୀ ଏବଂ ଖୋର୍ଦ୍ଧାରେ ଘଟିଥିବା ଏହି ୨ଟି ଘଟଣା ପଛରେ ଗୋଟିଏ ଗ୍ୟାଙ୍ଗର ହାତ ରହିଥିବା ଜଣାପଡ଼ିଛି। ଏହି ଗ୍ୟାଙ୍ଗକୁ ଧରିବା ଲାଗି ପୁଲିସ ତଦନ୍ତ ଆରମ୍ଭ କରିଦେଇଛି। ଖୋର୍ଦ୍ଧାରେ ଛୁରି ଭୁସି ହତ୍ୟା କରାଯାଇଥିବା ଅଜୟ କୁମାର ( ସିକ୍ୟୁରିଟି ଗାର୍ଡ଼)ବାରିକଙ୍କ ଘର ଖୋର୍ଦ୍ଧା ପୌରାଞ୍ଚଳ ଉପରସାହି ବୋଲି ଜଣାପଡିଛି। ହତ୍ୟାକାରୀ ଯୁବକମାନେ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ବ୍ୟବହାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଖୋର୍ଦ୍ଧା ପୁଲିସ ଚିହ୍ନଟ କରିଛି। ତା’ର ନାମ ମିକୁ ବୋଲି ପୁଲିସ ଜାଣିବାକୁ ପାଇଛି। ମିକୁର ଘର ଆଇଆର୍‌ସି ଭିଲେଜ୍‌ ଅଞ୍ଚଳରେ। ମିକୁର ଭାଇ ପୂର୍ବରୁ ହତ୍ୟାକାଣ୍ଡରେ ଗିରଫ ହୋଇ ଜେଲ୍‌ରେ ଅଛି। ବାପାକୁ ମଧ୍ୟ ଅନ୍ୟ ଏକ ଗ୍ୟାଙ୍ଗର ସଦସ୍ୟ କିଛି ବର୍ଷ ତଳେ ଗୁଳି କରି ହତ୍ୟା କରିଥିଲେ ବୋଲି ଜଣାପଡିଛି।
ମଙ୍ଗଳବାର ସନ୍ଧ୍ୟାରେ ମିକୁ ତା’ର ୨ ସହଯୋଗୀଙ୍କ ସହିତ ଅପରାହ୍ଣ ପ୍ରାୟ ୫ଟା ବେଳେ ଜାତୀୟ ରାଜପଥ ୧୬କଡରେ ଥିବା ଏକ ବାରରେ ପହଞ୍ଚିଥିଲା। କୋଭିଡ୍‌ କଟକଣା ପାଇଁ ଅଜୟ ତାଙ୍କୁ ସେଠାରେ ମଦ ପିଇବାକୁ ବାରଣ କରିଥିଲେ। ତେବେ ସେମାନେ ସେଠାରୁ ପଳାଇ ଯାଇଥିଲେ। ପୁନର୍ବାର ପ୍ରାୟ ସାଢ଼େ ୫ଟା ବେଳେ ସେମାନେ ବାର ନିକଟକୁ ଆସି କାହିଁକି ତାଙ୍କୁ ମଦ ପିଇବାକୁ ବାରଣ କରାଗଲା ବୋଲି ଅଜୟଙ୍କୁ ଗାଳିଗୁଲଜ କରିଥିଲେ। ଅଜୟ କିଛି କହିବା ପୂର୍ବରୁ ଯୁବକମାନେ ସଂଘବଦ୍ଧ ଭାବେ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଅଜୟଙ୍କ ମୁଣ୍ଡର ତିନିରୁ ୪ଟି ସ୍ଥାନରେ ଗଭୀର କ୍ଷତ ହୋଇଥିଲା। ଏହାଛଡା ବେକ, ପେଟ, ଛାତି ଓ ପିଠିର ଏକାଧିକ ସ୍ଥାନରେ ଛୁରି ଭୁସି ଦେଇଥିଲେ। ଗୁରୁତର ଅବସ୍ଥାରେ ଅନ୍ୟ କର୍ମଚାରୀମାନେ ଅଜୟଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏସପି ଅଜେୟ ପ୍ରତାପ ସ୍ବାଇଁଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ମିକୁ ଏବଂ ତା’ର ସହଯୋଗୀମାନେ ମଙ୍ଗଳବାର ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ନୂଆପଲ୍ଲୀ ଥାନା ଅଧୀନ ଇସ୍‌କନ୍‌ ମନ୍ଦିର ନିକଟ ତେଲଟାଙ୍କୀ ଗଳିରେ ଗାଡ଼ି ସାଇଡ୍‌ ନ ଦେବାରୁ ଜଣେ ଯୁବକଙ୍କୁ ଛୁରି ମାରି ଗୁରୁତର କରି ପକାଇଥିଲେ। ତାଙ୍କ କାର୍‌କୁ ଭଙ୍ଗାରୁଜା କରି ସେଠାରେ ଆତଙ୍କରାଜ ସୃଷ୍ଟି କରିଥିଲେ। ଛୁରା ମାଡ଼ରେ ଗୁରୁତର ଆହତ ହୋଇଥିବା ଅବିନାଶ ପ୍ରଧାନଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ହାତ ଓ ଜଙ୍ଘରେ ୪ଟି ସ୍ଥାନରେ ଛୁରା ମାଡ଼ ଯୋଗୁଁ ଗଭୀର କ୍ଷତ ସୃଷ୍ଟି ହୋଇଛି। ତେବେ ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଛୁରା ମାଡ କରିଥିବା ୩ ଯୁବକ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ରେ ଆସି ଏଭଳି କରିଥିବା ଜଣାପଡିଛି। ଅବିନାଶ ପୁଲିସକୁ ଦେଇଥିବା ବୟାନ ଅନୁସାରେ, ସେ ତାଙ୍କର କାର୍‌କୁ ମରାମତି କରିବା ଲାଗି ତେଲଟାଙ୍କୀ ନିକଟରେ ଥିବା ଏକ ଗ୍ୟାରେଜ୍‌କୁ ଆସିଥିଲେ। ତାଙ୍କ ଗ୍ୟାରେଜ୍‌ରୁ ନେବା ଲାଗି ତାଙ୍କର ଜଣେ ବନ୍ଧୁ ମୋହିତ ପଣ୍ଡା ଆସିଥିଲେ। ସେମାନେ ତାଙ୍କ ହୋଣ୍ଡା ବ୍ରିଓ କାର୍‌ରେ ଉକ୍ତ ଗ୍ୟାରେଜ୍‌ରୁ ନିକଟସ୍ଥ ଦୋକାନକୁ ଚା’ ପିଇବା ଲାଗି ଯାଉଥିଲେ। ତେବେ ସେହି ସମୟରେ ସାମ୍‌ନାରୁ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ଆସିଥିଲା। ସେଠାରେ ଅଣଓସାରିଆ ରାସ୍ତା ହୋଇଥିବାରୁ ଅତିକ୍ରମ କରିବା ସମ୍ଭବ ନ ଥିବାରୁ ମୋହିତ କାର୍‌ ହର୍ଣ୍ଣ ବଜାଇଥିଲେ। ଏକାଧିକବାର ହର୍ଣ୍ଣ ବଜାଇବାରୁ ବିଏମ୍‌ଡବ୍ଲ୍ୟୁ କାର୍‌ରେ ଥିବା ୩ ଯୁବକ ଚହଁକି ଉଠିଥିଲେ। କାହିଁକି ହର୍ଣ୍ଣ ବଜାଉଛ ବୋଲି ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତକ୍ଷିପ୍ତ ହୋଇ ମିକୁ ଏବଂ ତା’ର ସହଯୋଗୀମାନେ ମୋହିତଙ୍କ କାର୍‌ର କାଚକୁ ପଥରରେ ଛେଚି ଭାଙ୍ଗି ପକାଇଥିଲେ। ଏହାକୁ ଅବିନାଶ ବିରୋଧ କରିବାରୁ ଗାଡ଼ିର ଡୋର୍‌କୁ ମଧ୍ୟ ଗୋଇଠା ମାରି ଚେପା କରି ଦେଇଥିଲେ। ତଥାପି ସେମାନଙ୍କର ମନ ବୁଝି ନ ଥିଲା, ତାଙ୍କ ମଧ୍ୟରୁ ଜଣେ ହଠାତ୍‌ ପାଖରେ ରଖିଥିବା ଛୁରିରେ ଅବିନାଶଙ୍କୁ ଆକ୍ରମଣ କରିଥିଲା। ମିକୁ ଗତ କିଛି ମାସ ତଳେ ନୂଆପଲ୍ଲୀ ଅଞ୍ଚଳରେ ଜଣେ ନାବାଳକକୁ ଛୁରାମାଡ଼ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories