nua o banner

ମୁମ୍ବାଇ ଲୋକାଲ ଟ୍ରେନରେ ଯାତ୍ରା କଲେ କ୍ରିକେଟିୟର ଶାର୍ଦୁଲ ଠାକୁର

BSKY banner  750×100
0

ମୁମ୍ବାଇ: ଭାରତୀୟ କ୍ରିକେଟିୟର ଶାର୍ଦୁଲ ଠାକୁର ଏବେ ଟ୍ରେନରେ ଯାତ୍ରା ପାଇଁ ଚର୍ଚ୍ଚା କୁ ଆସିଛନ୍ତି । ଦକ୍ଷିଣ ଆଫ୍ରିକାରେ ସିରିଜ୍ ଖେଳି, ଦିନିକିଆ ଓ ଟିଟ୍ୱେଣ୍ଟି ସିରିଜର ବିଜେତା ହେବାପରେ ସେ ବିମାନ ଯୋଗେ ଭାରତକୁ ଫେରିଥିଲେ । ବିମାନରୁ ଓହ୍ଲାଇବାପରେ ସେ ସିଧା ଯାଇଥିଲେ ରେଳ ଷ୍ଟେସନକୁ । ସେଠାରେ ଲୋକାଲ୍ ଟ୍ରେନରେ ସାଧାରଣ ବଗିରେ ସାଧାରଣ ଯାତ୍ରୀଙ୍କ ପରି ଘରକୁ ଫେରିଥିଲେ । କେବଳ ସେତିକି ନୁହେଁ ତାଙ୍କ ସହ ଯାତ୍ରା କରୁଥିବା ଅନେକ ଯାତ୍ରୀ ସେ ପ୍ରକୃତ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ଶାର୍ଦୁଲ ଠାକୁର କି ନୁହେଁ ସେ ଜାଣିବା ପାଇଁ ଗୁଗୁଲରେ ଫଟୋ ଖୋଜିଥିଲେ । ତାଙ୍କ ସହ ସେଲଫି ନେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ ଶାର୍ଦୁଲ ସେମାନଙ୍କୁ ଷ୍ଟେସନରେ ଓହ୍ଲାଇବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ । ସେ ପ୍ରକୃତ ଶାର୍ଦୁଲ ଠାକୁର ଜାଣିବାପରେ ଅନେକକତାଙ୍କ ଫଟୋ ଉଠାଇ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

Leave A Reply