www.samajalive.in
Sunday, December 7, 2025
26.1 C
Bhubaneswar

ଉପରଝରରେ ଏକ ଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଉପରଝର ଗ୍ରାମପଞ୍ଚାୟତର ମାଁ ପାଟଖଣ୍ଡା ମିନି ଷ୍ଟାଡିୟରେ ପାଟଖଣ୍ଡା ସ୍ପୋର୍ଟ ଆସୋସିଏସନ ଓ ଆଜାଦ୍ ହିନ୍ଦ୍ କ୍ଳବ୍  ଆନୁକୁଲ୍ୟରେ ଶୁକ୍ରବାର  ଏକ ଦିବସୀୟ କ୍ରିକେଟ  ପ୍ରତିଯୋଗିତା ଅନୁଷ୍ଠିତ  ହୋଇଯାଇଛି ।  ଆଠ ଟି ଦଳକୁ ନେଇ   କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ନୁଆପାଳି, କଦଳୀପାଲି, ବନ୍ଧପାଲି, ପଣ୍ଡରାପିଟା, ନୁଆପାଲି ଜୟ ଜଗନ୍ନାଥ କ୍ରିକେଟ୍ ଟିମ୍, ରୁଗୁଡ଼ିପାଲି, ଆଜାଦ୍ ହିନ୍ଦ୍ କ୍ଳବ୍ ଉପରଝର, ଭୀମଡୁଙ୍ଗୁରି ଦଳ ଭାଗ ନେଇଥିଲେ। ରୁଗୁଡ଼ିପାଲି ଓ ଉପରଝର ମଧ୍ୟରେ ଫାଇନାଲ ଖେଳ ହୋଇଥିଲା। ଆଜାଦ୍ ହିନ୍ଦ୍ କ୍ଳବ୍  ଉପରଝର ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଛି । ପ୍ରଥମେ ବ୍ୟାଟିଂ କରି ରୁଗୁଡ଼ିପାଲି ଦଳ ୨ ଓଭରରେ ୬ ରନ୍ ର ଲକ୍ଷ୍ୟ ଦେଇଥିବା ବେଳେ ଉପରଝରର ଆଜାଦ୍ ହିନ୍ଦ୍ କ୍ଳବ୍ ଦଳ ୩ ବଲରେ ୬ ରନ୍ କରି  ବିଜେତା  ହୋଇଥିଲା । ଏହି କ୍ରିକେଟ ପ୍ରତିଯୋଗିତାରେ ସମାଜ ସେବୀ ରାଜେନ୍ଦ୍ର ବିଶ୍ଵାଳ ଓ ପୁର୍ବତନ ସରପଞ୍ଚ କମଳିନୀ ପଟେଲ ଅତିଥି ଭାବେ ଯୋଗଦେଇଥିଲେ। ସତ୍ୟଦେବ ପଧାନ ଓ କାଶୀ ବିଶ୍ଵାଳ ଖେଳ ପରିଚାଳନା କରିଥିବା ବେଳେ  ପୂରୁସୁତମ ବିଶ୍ଵାଳ ସ୍କୋରର ଦାୟିତ୍ବ  ତୁଲାଇ ଥିଲେ ଓ ଆଜାଦ୍ ହିନ୍ଦ୍ କ୍ଳବ୍ ର  ବସନ୍ତ ସେଠ୍, ଆଲୋକ ପଧାନ, ଦେବାଶିଷ ପଧାନ ,ମଧୁସୂଦନ ପଧାନ, ଜଗା ମାଝୀ, ରଞ୍ଜିତ ମର୍ଲିକ ବିଶ୍ଵ ବିଶ୍ଵାଳ, ବସୁଦେବ ପଧାନ, ମୁକେଶ ସାହୁ ସହଯୋଗ କରିଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories