କୋୱିନ୍‌ ଆପରୁ ବ୍ୟକ୍ତିଗତ ତଥ୍ୟ ଲିକ୍‌, ୨ ଗିରଫ

ବିହାର : କୋୱିନ ଆପରୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଇଜଣ କୋୱିନ ଆପର ତଥ୍ୟ ଲିକ୍‌ କରିବା ପାଇଁ ଟେଲିଗ୍ରାମ ଆପ ବ୍ୟବହାର କରିଥିଲେ। ଅଭିଯୋଗ ଅନୁସାରେ, ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ସୂଚନାଯୋଗ୍ୟ, କୋୱିନ ଆପରୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହୋଇଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ। ଅଭିଯୋଗ ଆସିବା ପରେ ସରକାର ନୋଡାଲ ସାଇବର ସୁରକ୍ଷା ଏଜେନ୍ସିକୁ ଘଟଣାର ସତ୍ୟାସତ୍ୟ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ।

Comments are closed.