ଟିକାକରଣ ଟପିଲା ୪.୫୫କୋଟି

ଭୁବନେଶ୍ବର : ରାଜ୍ୟରେ ଚାଲିଥିବା ଟିକାକରଣ ଅଭିଯାନରେ ଗୁରୁବାର ୪କୋଟି ୫୫ଲକ୍ଷ ଟପିଛି। ଆଜି ୨୪୯୩ଟି କେନ୍ଦ୍ରରେ ଟିକାକରଣ କରାଯାଇଥିବାବେଳେ ୨ଲକ୍ଷ ୨୧ହଜାର ୮୦୮ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ଟିକାଦାନ ସଂଖ୍ୟା ୪କୋଟି ୫୫ଲକ୍ଷ ୬ହଜାର ୪୧୬ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ହାତରେ ଏବେ ୫୦ଲକ୍ଷରୁ ଊର୍ଦ୍ଧ୍ବ ଟିକା ରହିଛି। ଏଥିରେ ୩୬ଲକ୍ଷ ୧୬୦ ପାନ ‘କୋଭିସିଲଡ’ ଟିକା ରହିଥିବାବେଳେ ୧୪ଲକ୍ଷ ୯ହଜାର ୫ପାନ ‘କୋଭାକ୍ସିନ୍’ ଟିକା ରହିଛି।

Comments are closed.