ନୂଆଦିଲ୍ଲୀ: ଭାରତରେ କରୋନା ଟିକାକରଣ ସଂଖ୍ୟା ୧୦୦ କୋଟି ନିକଟତର ହୋଇଛି। କୋ-ୱିନ ଆପ୍ର ତଥ୍ୟ ଅନୁଯାୟୀ ବୁଧବାର ସୁଦ୍ଧା ଦେଶରେ ମୋଟ ୯୯,୮୫,୩୫,୭୫୫ ପାନ ଟିକାକରଣ ହୋଇଛି। ଏହା ମଧ୍ୟରୁ ୭୦,୬୮,୮୨,୯୭୬ ଜଣ ଗୋଟିଏ ପାନ ଟିକା ନେଇଥିବା ବେଳେ ୨୯,୧୬,୫୨,୭୭୯ ଜଣ ଦୁଇଟି ପାନ ଟିକା ନେଇଛନ୍ତି। ଗୁରୁବାର ଏହି ଟିକାକରଣ ସଂଖ୍ୟା ୧୦୦ କୋଟି ଅତିକ୍ରମ କରିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଓଡ଼ିଶାରେ ଇତିମଧ୍ୟରେ ୩,୪୮,୬୪,୨୩୪ ପାନ ଟିକାକରଣ ହୋଇଛି। ଏହା ମଧ୍ୟରୁ ୨,୪୬,୧୩,୪୭୫ ଜଣ ପ୍ରଥମ ପାନ ଟିକା ନେଇଥିବା ବେଳେ ୧,୦୨,୫୦,୭୫୯ ଜଣ ଦ୍ବିତୀୟ ପାନ ଟିକା ନେଇଛନ୍ତି। ବୁଧବାର ୧୬୯୭ କେନ୍ଦ୍ରରେ ୧ଲକ୍ଷ ୮୨ ହଜାର ୫୦୫ ଡୋଜ ଟିକା ଦିଆଯାଇଛି ହୋଇଛି।

