ନୂଆଦିଲ୍ଲୀ : ଦେଶରେ ୪୦ ଲକ୍ଷ ଟପିଲା କରୋନା ପଜିଟିଭଙ୍କ ସଂଖ୍ୟା। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ୨୩ ହଜାର ୧୭୯କୁ ବୃଦ୍ଧି ପାଇଛି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୯,୫୬୧ରେ ପହଞ୍ଚିଛି। ୨୪ ଘଣ୍ଟାରେ ୮୬, ୪୩୨ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୮୯ଜଣଙ୍କ ମୃତ୍ୟୁ ଘଟିଛି। ମୋଟ ସକ୍ରିୟ କେସ ୮,୪୬,୩୯୫ ରହିଥିବା ବେଳେ ୩୧,୦୭, ୨୨୩ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।



