www.samajalive.in
Sunday, December 7, 2025
26.1 C
Bhubaneswar

କୋଭିଡ ଆରୋଗ୍ୟ ହାର ୮୭.୩୬ ପ୍ରତିଶତ : ମୃତ୍ୟୁହାର ୧.୫୨ %

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୮୭.୩୬ ପ୍ରତିଶତକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ୮୧ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୬୩ ଲକ୍ଷ ୮୩ ହଜାରକୁ ଅତିକ୍ରମ କରିଛି। ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇ ମୋଟ୍‍ ସଂକ୍ରମଣର  ୧୧.୧୨%ରହିଛି। ବର୍ତ୍ତମାନ ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତମାନଙ୍କ ସଂଖ୍ୟା ୮ ଲକ୍ଷ ୧୨ ହଜାର ଥିବା ଜଣାପଡ଼ିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୭ ହଜାର ୭୩୫ ଜଣ ଲୋକ ସଂକ୍ରମିତ ହେବାରୁ ଦେଶରେ ମୋଟ୍‍ ସଂକ୍ରମଣ ୭୩ଲକ୍ଷକୁ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୮୦ ଜଣଙ୍କର ମୃତ୍ୟୁ ଘଟିବାରୁ କୋବିଡ୍‍ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୧ ହଜାର ୨୬୬ରେ ପହଞ୍ଚିଛି। ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ୧.୫୨ ପ୍ରତିଶତ ରହିଛି।  ମନ୍ତ୍ରଣାଳୟ କହିଛି, କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ନିୟମର ସଠିକ୍‍ ଭାବେ ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି।
ଗତ ୨୪ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୩୬ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ଦେଶରେ ମୋଟ୍‍ ୯ କୋଟି ୧୨ ଲକ୍ଷ
୨୬ ହଜାର ନମୁନା ପରୀକ୍ଷା କରାଯାଇଛି। ଅନ୍ୟପକ୍ଷରେ ଭାରତର ଦୈନିକ ନମୁନା ପରୀକ୍ଷା କ୍ଷମତା ୧୫ଲକ୍ଷକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
କହିଛି,ଅଧିକ ନମୁନା ପରୀକ୍ଷା କରାଯିବା ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ତୁରନ୍ତ ଚିକିତ୍ସା କରାଯାଉଛି। ଏଥିଯୋଗୁଁ ଦେଶରେ କୋଭିଡ ମୃତ୍ୟୁହାର ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି।
ଦେଶରେ ୧ ହଜାର ୯୪୪ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୧ ହଜାର ୧୧୧ଟି ସରକାରୀ ପରୀକ୍ଷାଗାର ଓ ୮୩୩ଟି ଘରୋଇ ପରୀକ୍ଷାଗାର ରହିଛି। ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା ବିଗତ ଦୁଇମାସ ମଧ୍ୟରେ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି। ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନମୁନା ପରୀକ୍ଷା ଜାତୀୟ ନମୁନା ପରୀକ୍ଷା ତୁଳନାରେ ଅନେକ ଗୁଣା ବୃଦ୍ଧି ପାଇଛି। ନମୁନା ପରୀକ୍ଷା ବୃଦ୍ଧି ପାଇବା ସହ ସଂକ୍ରମିତ ହାର ହ୍ରାସ ପାଇ ୮ ପ୍ରତିଶତ ପାଖରେ ରହିଛି। ୨୦ଟି ରାଜ୍ୟର ସଂକ୍ରମିତ ହାର ଜାତୀୟ ସଂକ୍ରମଣ ହାରଠାରୁ ନିମ୍ନରେ ରହିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories