www.samajalive.in
Monday, December 15, 2025
24.1 C
Bhubaneswar

୧୦୦ କୋଟି ଟଙ୍କାର ମାଲିକ ଲାଇନ ଇନ୍ସପେକ୍ଟର

ନେଲୋର: ଆନ୍ଧ୍ର ପ୍ରଦେଶର ଜଣେ ତଳିଆ କର୍ମଚାରୀଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆନ୍ଧ୍ର ପ୍ରଦେଶର ଦୁର୍ନୀତି ନିବାରଣ ବିଭାଗ ଗିରଫ କରିଛି। ପ୍ରାଥମିକ ଆକଳନରୁ ତାଙ୍କଠାରୁ ଯେତିକି ସମ୍ପତ୍ତି ମିଳିଛି ତାହା ଶୁଣିଲେ ଆଶ୍ଚର୍ଯ୍ୟଚକିତ ନ ହୋଇ ରହିପାରିବେ ନାହିଁ। ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିର ପରିମାଣ ୧୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଆନ୍ଧ୍ର ପରିବହନ ବିଭାଗରେ କାର୍ଯ୍ୟରତ ୫୬ ବର୍ଷୀୟ ଲାଇନ୍‍ ଇନ୍ସପେକ୍ଟର ଏସ୍‍ ଲକ୍ଷ୍ମୀ ରେଡ୍ଡୀ। ଲକ୍ଷ୍ମୀ ଓ ତାଙ୍କ ସମ୍ପର୍କୀୟଙ୍କ ୫ଟି ଘରେ ଚଢ଼ଉ କରାଯାଇଥିଲା। ନେଲୋର ଓ ପ୍ରକାଶମ୍‍ ଜିଲାରେ ୬ଟି ବିଳାସପୂର୍ଣ୍ଣ ବଙ୍ଗଳା ରହିଛି। ଏହାଛଡ଼ା ୫୮ ଏକର କୃଷିଜମିର ମାଲିକାନା, ୯.୯୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଏକାଧିକ ଗାଡ଼ି ମଧ୍ୟ ରହିଛି। ସବୁ ସମ୍ପତ୍ତି ଲକ୍ଷ୍ମୀଙ୍କ ପତ୍ନୀଙ୍କ ନାମରେ ରହିଛି। ଅନୈତିକ ସରକାରୀ ଅନୁକମ୍ପା ହାସଲ ପାଇଁ ଲାଞ୍ଚ ଦ୍ୱାରା ଏହି ଅବୈଧ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି। ଏହାଛଡ଼ା ଷ୍ଟୋରରେ ଥିବା ଅନେକ ସରକାରୀ ସାମଗ୍ରୀ, ତମ୍ବା ତାର ବିକ୍ରି କରି ସେ ପ୍ରଚୁର ଟଙ୍କା ରୋଜଗାର କରିଥିବା ଦୁର୍ନୀତି ନିବାରଣ ଅଧିକାରୀ କହିଛନ୍ତି। ୧୯୯୩ ମସିହାରେ କାଭାଲି ସବ୍‍ଷ୍ଟେସନ୍‍ରେ ଜଣେ ହେଲ୍‍ପର ଭାବରେ ଚାକରି ଆରମ୍ଭ କରିଥିବା ଲକ୍ଷ୍ମୀ ରେଡ୍ଡି ୧୯୯୬ରେ ସହାୟକ ଲାଇନମ୍ୟାନ୍‍, ୧୯୯୭ରେ ଲାଇନ୍‍ମ୍ୟାନ୍‍, ୨୦୧୪ରେ ଲାଇନ୍‍ ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories