ପ୍ରତ୍ୟହ ୪ଲକ୍ଷଙ୍କୁ ଖାଦ୍ୟ ଯୋଗାଉଛନ୍ତି ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ଲକ୍‌-ଡାଉନ୍‌ ସମୟରେ ସାଧାରଣ ଜନତା ଯେମିତି ଖାଦ୍ୟାଭାବର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ବ୍ୟବସ୍ଥା କରିଛନ୍ତି ଦିଲ୍ଲୀ ସରକାର। ପ୍ରତ୍ୟହ ୪ଲକ୍ଷ ଏଭଳି ଜନତାଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି। ଦିଲ୍ଲୀ ସରକାରଙ୍କ ଅଧୀନ ୩୨୫ ସ୍କୁଲରେ ଲୋକଙ୍କୁ ମଧ୍ୟାହ୍ନ ଓ ରାତ୍ରିଭୋଜନ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ପ୍ରତି ସ୍କୁଲରେ ୫୦୦ ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି। ସପ୍ତାହେ ହେଲା ପ୍ରତ୍ୟହ ୨୦ହଜାର ଲୋକଙ୍କୁ ଖାଦ୍ୟ ପ୍ରଦାନ କରାଯାଉଥିବାବେଳେ ଗୁରୁବାରଠାରୁ ଏହା ୨ଲକ୍ଷକୁ ବୃଦ୍ଧି କରାଯାଇଥିଲା ଏବଂ ଶୁକ୍ରବାର ଏହି ସଂଖ୍ୟା ୪ଲକ୍ଷକୁ ବଢ଼ିଛି ବୋଲି କେଜରିୱାଲ କହିଛନ୍ତି। ପାଞ୍ଚଜଣିଆ ଡାକ୍ତରୀ ଦଳ ମଧ୍ୟ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଜାରି ରଖିଛନ୍ତି ବୋଲି କେଜରିୱାଲ କହିଛନ୍ତି।

Comments are closed.