www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ଟୀକାକୁ ନେଇ ନିରାଶା: ସେରମ୍ ଇନଷ୍ଟିଚ୍ୟୁଟର ‘ଆଷ୍ଟ୍ରାଜେନେକା’ ପରୀକ୍ଷଣ ଉପରେ ଅଙ୍କୁଶ

କରୋନା ଟୀକାକୁ ଆଶାବାଦୀ ଥିବା ଭାରତୀୟଙ୍କ ପାଇଁ ନିରାଶାର ଖବର । କରୋନା ଟୀକା ପ୍ରସ୍ତୁତି ଦୌଡ଼ରେ ସବୁଠୁ ଆଗୁଆ ଥିବା ଅକ୍ସଫୋର୍ଡ଼ ୟୁନିଭରସିଟିର କରୋନା ଟୀକାର ପରୀକ୍ଷଣ ଉପରେ ଲାଗିଛି ଅଙ୍କୁଶ । ଅକ୍ସଫୋର୍ଡ଼ ପ୍ରସ୍ତୁତ କରୋନା ଟୀକା ଆଷ୍ଟ୍ରାଜେନେକା (AstraZeneca) ପରୀକ୍ଷଣ ସମୟରେ ଜଣେ ରୋଗୀଙ୍କ ସ୍ବାସ୍ଥ୍ୟ ଖରାପ ହେବା ପରେ ଏହି ଟୀକା ଉପରେ ଅଙ୍କୁଶ ଲାଗିଛି । ଭାରତରେ ପୁନେର ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହି ଟୀକାର ପରୀକ୍ଷଣ କରୁଥିବାରୁ ଏହା ଉପରେ ମଧ୍ୟ ଡ଼ିସିଜିଆଇ (ଡ଼୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ) ପ୍ରତିବନ୍ଧକ ଲଗାଇଛି । ଭାରତରେ ଆଷ୍ଟ୍ରାଜେନେକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଏକ ସମୟରେ ଚାଲିଛି । ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଓ ଆମେରିକାର ୬୦ ସହରରେ ଏହି ଟୀକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ଅବ୍ୟାହତ ରହିଛି । ମାତ୍ର ବ୍ରିଟେନରେ ଜଣେ ରୋଗୀଙ୍କ ଦେହରେ ଟୀକା ନେବା ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାିଯିବାରୁ ଏହି ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବନ୍ଦ କରାଯାଇଛି । ଏହି ମାମଲାକୁ ଏକ ଡ଼ାକ୍ତରୀ ଦଳ ଅନୁଧ୍ୟାନ କରୁଛନ୍ତି । ସମ୍ପୃକ୍ତ ରୋଗୀଙ୍କ ସ୍ବାସ୍ଥ୍ୟ ବିଗିଡ଼ିବା ପଛରେ ଏହି ଟୀକା ରହିଛି ନା ଅନ୍ୟ କିଛି କାରଣ ରହିଛି ତାହାର ଅନୁଧ୍ୟାନ କରାଯାଉଛି ।

ଅନ୍ୟପକ୍ଷରେ ଗୁରୁବାର ଭାରତ ସରକାରଙ୍କ ଡ଼ିସିଜିଆଇ ପକ୍ଷରୁ ସିରମ୍ ଇନଷ୍ଟିଚ୍ୟୁଟକୁ ଏକ ନୋଟିସ ଜାରି କରାଯାଇଛି । ଯେତେବେଳେ ଏହି ଟୀକାର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ବ୍ରିଟେନରେ ଏହାର ପରୀକ୍ଷଣ ବନ୍ଦ ରଖାଯାଇଛି, ତେବେ ଭାରତରେ କାହିଁକି ଏହାକୁ ବନ୍ଦ କରାଯାଇ ନାହିଁ ବୋଲି ପ୍ରଶ୍ନ କରାଯାଇଛି । ଏହାପରେ ସିରମ ଇନଷ୍ଟିଚ୍ୟୁଟ୍ ଭାରତରେ ଏହାର ପରୀକ୍ଷଣ ବନ୍ଦ କରିଛି । ସୂଚନାଯୋଗ୍ୟ ଯେ ବର୍ତମାନ ଭାରତରେ ୧୬୦୦ ଲୋକଙ୍କ ଉପରେ ଏହି ଟୀକାର ପରୀକ୍ଷଣ ଚାଲିଛି ।

- Advertisement -

ଏକ ବିବୃତିରେ ସିରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ଯେ ଭାରତରେ ଆମେ ସ୍ଥିତିର ସମୀକ୍ଷା କରୁଛୁ । ଆଷ୍ଟାଜେନେକାର ପରବର୍ତୀ ପରୀକ୍ଷଣ ଆରମ୍ଭ ନ ହେବା ପର୍ଯ୍ୟନ୍ତ ଭାରତରେ ମଧ୍ୟ ଏହାର ପରୀକ୍ଷଣ ବନ୍ଦ କରାଯାଇଛି । ଆମେ ଡ଼ିସିଜିଆଇର ନିର୍ଦେଶକୁ ପାଳନ କରୁଛୁ ।

ଅପରପକ୍ଷରେ ନୂଆଦିଲ୍ଲୀ ଏମ୍ସର କୋ-ଭେକ୍ସିନ ପ୍ରମୁଖ ଗବେଷକ ଡ଼ା. ସଞ୍ଜୟ ମିଶ୍ର କହିଛନ୍ତି ଯେ ଭାରତରେ ସିରମ ଇନଷ୍ଟିଚ୍ୟୁଟ ଏହି ଟୀକାକୁ କୋଭିସିଲ୍ଡ଼ ନାମରେ ବିକ୍ରି କରିବାର ଯୋଜନା କରିଛି । ମାତ୍ର କେବେ ଏହାର ପରବର୍ତୀ ପରୀକ୍ଷଣ ଆରମ୍ଭ ହେବ ତାହା ଏବେଠାରୁ କହିବା ସମ୍ଭବ ନୁହେଁ । ତେବେ ଏମ୍ସର କମ୍ୟୁନିଟି ମେଡ଼ିସିନ ବିଭାଗ ପ୍ରଫେସ ଡ଼ା. ପୁନିତ ମିଶ୍ର କହିଛନ୍ତି ଏହି ପରୀକ୍ଷଣ ରୋକାଯିବା ଏକ ସ୍ବାଭାବିକ ଓ ରୁଟିନ୍ ପ୍ରକ୍ରିୟା । ଏଥିରେ ବିବ୍ରତ ହେବା ଉଚିତ ନୁହେଁ । ଟୀକା ନେବାବେଳେ ସ୍ବେଚ୍ଛାସେବୀ ଅସୁସ୍ଥ ହୋଇପାରନ୍ତି, ଏହାର ସମୀକ୍ଷା କରାଯାଇ ପୁନଃ ପରୀକ୍ଷଣ କରାଯିବ ବୋଲି ଡ଼ା. ମିଶ୍ର କହିଛନ୍ତି ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories