www.samajalive.in
Wednesday, December 10, 2025
23.1 C
Bhubaneswar

୨୬ ଜିଲ୍ଲାରେ ହଜାରେ ଉପରେ ସଂକ୍ରମଣ: ୬୮% ପୁରୁଷ ସଂକ୍ରମିତ, ୧୫ରୁ ୪୦ ବର୍ଷ ବୟସ ମଧ୍ୟରେ ସର୍ବାଧିକ ଆକ୍ରାନ୍ତ

ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା କଟକଣା ସତ୍ୱେ ଏତେ ସଂଖ୍ୟକ ସଂକ୍ରମଣ ବୃଦ୍ଧି ପାଇବା ଓ ୩୦ଟି ଜିଲ୍ଲା ମଧ୍ୟରୁ ୨୬ଟିରେ ସଂକ୍ରମଣ ସଂଖ୍ୟା ହଜାରେ ଉପରେ ରହିବା ଆଗାମୀ ଦିନରେ ଏହାର ମୁକାବିଲା ଓ ପରିଚାଳନା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦିନକୁ ଦିନ ଜନଜୀବନ ସ୍ୱାଭାବିକ କରିବା ଦୃଷ୍ଟିରୁ ବିଭିନ୍ନ କଟକଣାକୁ କୋହଳ କରାଯାଉଥିବା ବେଳେ ଓ ନମୁନା ପରୀକ୍ଷା ବୃଦ୍ଧି କରାଯାଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ କରୋନା ମୁକାବିଲା ଦିଗରେ ଅଧିକ ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି।

ଆଜି ଗଂଜାମ ଜିଲ୍ଲାରେ ୨୧୬ କରୋନା ପଜିଟିଭ ଚିହ୍ନଟ ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୬୭୨ରେ ପହଂଚିଛି ଖୋର୍ଦ୍ଧା ଜିଲ୍ଲାରେ ୬୮୪ଟି ନୂଆ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ୧୪୬ରେ ପହଂଚିଛି। ସେହିପରି କଟକରେ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୪୬ରେ ପହଂଚିଛି। ୮ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ଲେଖାଏ ଅତିକ୍ରମ କରିଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ନବରଙ୍ଗପୁର ୧୦୬୭, ଝାରସୁଗୁଡା ୧୧୭୬, କଳାହାଣ୍ଡି ୧୨୭୦, ଢେଙ୍କାନାଳ ୧୫୬୦, କେନ୍ଦ୍ରାପଡ଼ା ୧୬୨୬, ଜଗତସିଂହପୁର ୧୭୬୯, ବଲାଙ୍ଗୀର ୧୭୮୬ ଓ କେନ୍ଦୁଝର ୧୮୩୩।

- Advertisement -

ଦୁଇ ହଜାର ସଂକ୍ରମଣ ଅତିକ୍ରମ କରିଥିବା ଜିଲ୍ଲା ମଧ୍ୟରେ ବରଗଡ଼ ୨୦୬୭, କନ୍ଧମାଳ ୨୧୮୬, ମାଲକାନଗିରି ୨୨୯୩, ଭଦ୍ରକ ୨୫୮୫, ସମ୍ବଲପୁର ୨୭୪୫, ଗଜପତି ୨୮୪୧ ଓ ନୟାଗଡ଼ ୨୮୯୫ ଥବା ବେଳେ ୩ ହଜାର ସଂକ୍ରମଣ ଅତିକ୍ରମ କରିଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ ୩୩୫୯, ମୟୁରଭଞ୍ଜ ୩୩୭୦, ପୁରୀ ୩୪୫୪, ବାଲେଶ୍ୱର ୩୫୯୭ ଓ ଯାଜପୁର ୩୬୯୦ ରହିଛି। ସଂକ୍ରମିତଙ୍କ ସଂଖ୍ୟା ସୁନ୍ଦରଗଡ଼ରେ ୪୪୦୦ ଓ ରାୟଗଡାରେ ୪୭୬୯କୁ ବୃଦ୍ଧି ପାଇଥିବା ବେଳେ ୫ଟି ଜିଲ୍ଲାରେ ଏବେ ସଂକ୍ରମଣ ଏକ ହଜାରରୁ କମ ରହିଛି। ଦେବଗଡ଼ରେ ୨୦୪, ନୂଆପଡାରେ ୪୧୪, ବୌଦ୍ଧରେ ୬୦୦, ସୁବର୍ଣ୍ଣପୁରରେ ୬୭୭ ଓ
ଅନୁଗୁଳରେ ସଂକ୍ରମଣ ସଂଖ୍ୟା ୮୩୭ରେ ରହିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୮ ପ୍ରତିଶତ ପୁରୁଷ ଓ ୩୨ ପ୍ରତିଶତ ମହିଳା ରହିଛନ୍ତି। ବୟସ ବର୍ଗ ଦୃଷ୍ଟିରୁ ୧୫ରୁ ୪୦ ବର୍ଷ ବୟସ ମଧ୍ୟରେ ୫୪ ହଜାର ୮୪୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୧ରୁ ୬୦ ବର୍ଷ ବୟସ ମଧ୍ୟରେ ୨୯ ହଜାର୨୫୭ ଜଣ, ୬୦ ବର୍ଷରୂ ଉର୍ଦ୍ଧ୍ବ ୮ ହଜାର ୧୯୧ ଓ ୧୪ ବର୍ଷ ବୟସ ମଧ୍ୟରେ ୫ ହଜାର ୬୨୩ ଜଣ ଆକ୍ରାନ୍ତ ହୋଇଛନ୍ତି।

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories