www.samajalive.in
Wednesday, December 10, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ତାତ୍ସଲ୍ୟ : ‘ଛାତ୍ରଛାତ୍ରୀ ଚାହୁଁଥିଲେ ପରୀକ୍ଷା ​‌ପେ ​‌ଚର୍ଚ୍ଚା କିନ୍ତୁ ମୋଦୀ କଲେ ଖେଳଣା ପେ ଚର୍ଚ୍ଚା’

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ ପରେ ମୋଦୀଙ୍କ ତାତ୍ସଲ୍ୟ କରିଛନ୍ତି। ଆଜିର ମନ୍‌ କି ବାତ୍​‌ରେ ପ୍ରଧାନମନ୍ତ୍ରୀଙ୍କ ଖେଳଣା ଉପରେ ଚର୍ଚ୍ଚାକୁ ନେଇ ମୋଦୀଙ୍କ ଉପରେ ବର୍ଷିଛନ୍ତି ରାହୁଲ। ରାହୁଲ କହିଛନ୍ତି କରୋନା ମହାମାରୀ ସମୟରେ ନିଟ୍ ଓ ଜେଇଇ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଦ୍ବନ୍ଦରେ ଅଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ରେ ପରୀକ୍ଷା ବିଷୟରେ ଆଲୋଚନା ନକରି ଖେଳଣା ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ବର୍ତ୍ତମାନ ପରିସ୍ଥିତିରେ ମନ୍‌ କି ବାତ୍‌ ନକରି ଛାତ୍ରଛାତ୍ରୀଙ୍କ କଥା ଶୁଣିବା ଉଚିତ ବୋଲି ରାହୁଲ କହିଛନ୍ତି।


ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ରାହୁଲ ଗାନ୍ଧୀ ଟ୍ଵିଟ୍‌ କରିଛନ୍ତି। ଟ୍ବିଟରେ ରାହୁଲ ଲେଖିଛନ୍ତି ଜେଇଇ-ନିଟ୍ ଦେଉଥିବା ବିଦ୍ୟାର୍ଥୀ ଚାହୁଁଥିଲେ ପ୍ରଧାନମନ୍ତ୍ରୀ ‘ପରୀକ୍ଷା ପେ ଚର୍ଚ୍ଚା’ କରନ୍ତୁ, ମାତ୍ର ପ୍ରଧାନମନ୍ତ୍ରୀ ‘ଖେଳଣା ପେ ଚର୍ଚ୍ଚା’ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ‘ମନ କି ବାତ’ରେ ସ୍ଥାନୀୟ ଖେଳଣାର ସମୃଦ୍ଧ ଭାରତୀୟ ପରମ୍ପରା ଉପରେ ବିସ୍ତୃତ ଆଲୋଚନା କରି ଷ୍ଟାର୍ଟ ଅପ ଏବଂ ନୂତନ ଉଦ୍ୟୋଗୀଙ୍କୁ ଖେଳଣା ଉଦ୍ୟୋଗ ସହ ବ୍ୟାପକ ଭାବେ ଯୋଡି ହେବାକୁ ଆହ୍ଵାନ କରିଛନ୍ତି। ସେ କହିଛନ୍ତି ଏବେ ସ୍ଥାନୀୟ ଖେଳଣା ପାଇଁ ସ୍ଵର ଉଠାଇବାର ସମୟ ଆସି ଯାଇଛି। ବାସ୍ତବରେ, ପ୍ରଧାନମନ୍ତ୍ରୀ ମୋଦୀ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ ସମୟରେ ଲୋକଙ୍କୁ ସମ୍ବୋଧିତ କରିବାବେଳେ ଖେଳନା ବଜାର ପାଇଁ ‘ଲୋକାଲ୍ ଫର୍ ଭୋକାଲ୍’ ଏବଂ ‘ଆତ୍ମନିର୍ଭରଶୀଳ ଭାରତ’ର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ବାହାରୁ ଆମଦାନୀ କରିବା ପରିବର୍ତ୍ତେ ସ୍ଥାନୀୟ ଖେଳନା ତିଆରି କରିବାକୁ ଆର ଆହ୍ବାନ ଦେଇଥିଲେ।

- Advertisement -

ସୂଚନାଯୋଗ୍ୟ କରୋନା  ସଙ୍କଟ ସମୟରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ ଜେଇଇ-ନିଟ୍‌ ପରୀକ୍ଷା ପରିଚାଳନାକୁ ବିରୋଧ କରିଛନ୍ତି। ପରୀକ୍ଷା ସ୍ଥଗିତ ରଖିବାକୁ ଶୁକ୍ରବାର କଂଗ୍ରେସ ଦଳ ସାରା ଦେଶରେ ପ୍ରଦର୍ଶନ କରିଥିଲା। ସୋନିଆ ଗାନ୍ଧୀ କହିଛନ୍ତି, ‘ ଛାତ୍ରମାନଙ୍କ ପାଇଁ ମୁଁ ଦୁଃଖିତ କାରଣ ଆପଣମାନେ ସବୁଠାରୁ କଷ୍ଟଦାୟକ ସମୟ ଦେଇ ଗତି କରୁଛନ୍ତି । ପରୀକ୍ଷାର ସମୟ ବିଷୟରେ ନିଷ୍ପତ୍ତି ନେବା ଆପଣଙ୍କ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ସେତିକି ଆପଣଙ୍କ ପରିବାର ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ’ । ସେ ଏହା ମଧ୍ୟ କହିଛନ୍ତି ଯେ, ସରକାର ଆପଣଙ୍କ ସହ କଥା ହୋଇ ନିଷ୍ପତ୍ତି ନେବା ଜରୁରୀ ।

Hot this week

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ୪ଟି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

Related Articles

Popular Categories