ଡରାଇଲାଣି ପୁଣି ଡେଲଟା; ଆସୁଛି ନୂଆ ପ୍ରକରଣ !
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପ୍ରତ୍ୟେକ ଦିନ ଦେଶରେ ୩ ହଜାର ଉପରେ ଦୈନିକ କରୋନା ମାମଲା ଚିହ୍ନଟ ହେଉଛନ୍ତି । ଏହାରି ଭିତରେ କରୋନାକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଲାଣି । କୁହାଯାଉଛି କି ଡେଲଟାର ନୂଆ ପ୍ରକରଣ ଯୋଗୁ ଦେଶରେ ପୁଣି ଥରେ ଦ୍ରୁତ ଗତିରେ ବଢ଼ିବ ସଂକ୍ରମଣ । ଏନେଇ ସୂଚନା ଦେଇଛି ବେନ ଗୁରିୟନ ବିଶ୍ୱବିଦ୍ୟାଳୟ ।
ବେନ ଗୁରିୟନ ବିଶ୍ୱବିଦ୍ୟାଳୟର ସୂଚନା ଅନୁଯାୟୀ ଏହି ପ୍ରକରଣ ଯୋଗୁ କରୋନା ଲହରର ଚତୁର୍ଥ ଲହର ଆସିପାରେ । କାରଣ ଡେଲଟା ଯୋଗୁ ପୁଣି ଥରେ କରୋନାର ଲହର ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ବିଶେଷଜ୍ଞ ମାନେ ଡେଲଟାକୁ ଅତି ଗୁରୁତର ସହ ନେଇଛନ୍ତି । ବିଶେଷଜ୍ଞ ମାନେ ଏଥିପ୍ରତି ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । କାରଣ ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ସଂକ୍ରମଣ ତୁଳନାରେ ସୁସ୍ଥତା ସଂଖ୍ୟା କମ୍ ରହୁଥିବାରୁ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।
Comments are closed.