www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ଲକ ଡାଉନ: ବିଶାଖାପାଟଣାରୁ-  ଛତିଶଗଡ ସାଇକେଲରେ ଯାତ୍ରା

ରେଢ଼ାଖୋଲ: ସମଗ୍ର ଦେଶକୁ କେନ୍ଦ୍ର ସରକାର ତାଲାବନ୍ଦ ଘୋଷଣା କରିବା ପରେ ବାହାର ରାଜ୍ୟରେ ଫସିରହିଥିବା ଶ୍ରମିକ ମାନେ ଏବେ ଘର ବାହୁଡା ଆରମ୍ଭ କରିଦେଇଛନ୍ତି। ଯଦିଓ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ସୁବିଧା କରିଛନ୍ତି। ତଥାପି ଶତାଧିକ ଶ୍ରମିକ ରାଜପଥ,ରେଳପଥରେ ଚାଲିଚାଲି ତ ଆଉ କେତେକ ବିପଦ ପୁର୍ଣ୍ଣ ଅବସ୍ଥାରେ ଟ୍ରକରେ ଲୁଚିଛପି ନିଜ ରାଜ୍ୟକୁ ଫେରୁଛନ୍ତି। ତାଲାବନ୍ଦ ଦିନ ଠାରୁ କାମଧନ୍ଦା ବନ୍ଦ ହୋଇଯିବାରୁ ବିଭିନ୍ନ ରାଜ୍ୟରେ ଫସିରହିଥିବା ଶ୍ରମିକ/କର୍ମଚାରୀ ବେରୋଜଗାର ହୋଇପଡିଥିବା ବେଳେ ଅନ୍ୟପଟେ କରୋନା ଭୂତାଣୁର ସଂକ୍ରମଣର ଭୟ ରହିଛି। ସେହିପରି ଭୋକଉପାସରେ ରହିବା ସହିତ ବହୁ ଦୁର୍ଦ୍ଦିନରେ ଅତିବାହିତ କରୁଥିବା ଶ୍ରମିକ ମାନେ ଜୀବନକୁ ବାଜି ଲଗାଇ ଯାତ୍ରା କରୁଛନ୍ତି। ଆଜି ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଏକ ରଙ୍ଗ କାରଖାନାରେ କାମ କରୁଥିବା ୨୦ ଜଣ ଶ୍ରମିକ ସେଠାରୁ ସାଇକେଲରେ ସେମାନଙ୍କ ଘର ଥିବା ଛତିଶଗଡକୁ ଯାତ୍ରାରେ ବାହାରିଛନ୍ତି। ବିଶାଖାପାଟଣାରୁ ସେମାନଙ୍କ ଘରର ଦୂରତା ୯୦୦ କିଲୋମିଟର ହେବ। ତେବେ ଏ ପର୍ଯ୍ୟନ୍ତ ସେମାନେ ୪୦୦ ଶହ କିଲୋମିଟର ରାସ୍ତା ସାଇକେଲରେ ଅତିକ୍ରମ କରିସାରିଲେଣି ବୋଲି ଜଣାପଡ଼ିଛି ।

 

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories