www.samajalive.in
Monday, December 8, 2025
14.1 C
Bhubaneswar

ଖୁଣ୍ଟା ସିଏଚସି: ଡାକ୍ତର ଓ ଚିକିତ୍ସାଧୀନ ରୋଗୀ କରୋନା ସଂକ୍ରମିତ, ଅନ୍ୟ ଚିକିତ୍ସାଧୀନଙ୍କୁ ସ୍ଥାନାନ୍ତର

ଖୁଣ୍ଟା: ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଚିକିତ୍ସାଧୀନ ରୋଗୀ କରୋନା ସଂକ୍ରମିତ ଜଣା ପଡିବା ପରେ ତାଙ୍କୁ ବାଙ୍କିଶୋଳ କୋଭିଡ ଡାକ୍ତରଖାନାକୁ ପଠଇଦିଆଯାଇଛି। ସେହିପରି ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଯୁବ କରୋନା ଯୋଦ୍ଧା ଡାକ୍ତରଙ୍କ ନମୂନା ପରୀକ୍ଷା ରିପୋର୍ଟରୁ ସଂକ୍ରମିତ ଜଣାପଡିବା ପରେ ସେ ନିଜକୁ ସଙ୍ଗରୋଧରେ ରଖିଛନ୍ତି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଶୁକ୍ରବାର ଡାକ୍ତରଖାନାର ଅବଶିଷ୍ଟ ୮ ଜଣ ଚିକିତ୍ସାଧୀନ ରୋଗୀମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତର ପରେ ଅପରାହ୍ନରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ଖୁଣ୍ଟା ଅଗ୍ନିଶମ ବାହିନୀ ପକ୍ଷରୁ ବିଶୋଧନ କରାଯାଇଥିଲା। ବିଶୋଧନ ପରେ ରୋଗୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ସ୍ୱାଭାବିକ ଭାବେ ଜାରି ରହିବ ବୋଲି ଗୋପବନ୍ଧୁ ନଗର ତହସିଲଦାର ସଂକଳ୍ପ ସ୍ୱସ୍ତିକ ସାହୁ କହିଛନ୍ତି। କୋଭିଡ ଡାକ୍ତରଖାନାକୁ ଯାଇଥିବା ରୋଗୀ ଜଣଙ୍କ ଖୁଣ୍ଟା ବ୍ଲକ ଅଧୀନ ବଡଫେଣୀ ପଞ୍ଚାୟତର ଟଭାଗଡି ଗ୍ରାମର୨୩ ବର୍ଷୀୟ ଯୁବକ। ତାଙ୍କ କୌଣସି ଭ୍ରମଣ ଇତିହାସ ନଥିବା ଜଣା ପଡିଛି। ଗତ ୫ ତାରିଖ ଦିନ ତାଙ୍କ ନାକରୁ ନମୂନା ସଂଗ୍ରହ କରାଯାଇଥିଲା। ପୂର୍ବରୁ ଅସୁସ୍ଥତା ଯୋଗୁ ଯୁବକ ଜଣଙ୍କ ୱାର୍ଡରେ ଭର୍ତ୍ତି ହୋଇଥିଲେ। ଚିକିତ୍ସଧୀନ ଥିବା ବେଳେ ଲକ୍ଷଣ ଅନୁସାରେ ତାଙ୍କ ନାକରୁ ନମୂନା ସଂଗ୍ରହ କରାଯାଇଥିଲା। ଶୁକ୍ରବାର ରିପୋର୍ଟ ଆସିବା ପରେ ତାଙ୍କୁ ବାଙ୍କିଶୋଳ ପଠାଯାଇଥିଲା। ସେହିପରି ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟରତ ବାଲେଶ୍ୱର ଜିଲା ନିଳଗିରୀ ଅଞ୍ଚଳର ଜଣେ କରୋନା ଯୋଦ୍ଧା ଡାକ୍ତରଙ୍କ ନାକରୁ ସଂଗୃହିତ ନମୂନା ରିପୋର୍ଟ ଶୁକ୍ରବାର ପ୍ରକାଶ ପାଇବା ପରେ ସେ ସଂକ୍ରମିତ ଥିବା ଜାଣି ନିଜକୁ ସଙ୍ଗରୋଧରେ ରଖିଛନ୍ତି। ସମ୍ପୃକ୍ତ ଡାକ୍ତର କୁଶଳଦା ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟରତ ଥିବା ବେଳେ ସପ୍ତାହରେ ଦୁଇ ଦିନ ଖୁଣ୍ଟାରେ ଡ୍ୟୁଟିରେ ଯୋଗ ଦେଇଥାନ୍ତି। ଏହା ବ୍ୟତୀତ ସେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଗୋଟିଏ କ୍ୱାଟରରେ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଡାକ୍ତରଙ୍କ ସହ ଅବସ୍ଥାନ କରିଥାନ୍ତି। ଖୁଣ୍ଟା ଓ କୁଶଳଦା ବହିର୍ବିଭାଗକୁ ଏଥି ମଧ୍ୟରେ କେତେ ସଂଖ୍ୟକ ରୋଗୀ ଯାଇ ଫେରିଛନ୍ତି ସେମାନଙ୍କ ତଥ୍ୟ ହାସଲ କରିବା ଜରୁରୀ ହୋଇପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories