www.samajalive.in
Monday, December 15, 2025
16.1 C
Bhubaneswar

ଦେଶରେ ​୩ଲକ୍ଷ ଟପିଲା ସଂକ୍ରମଣ, ଦୈନିକ ଆକ୍ରାନ୍ତ ୧୦ହଜାର ଡେଇଁଲା

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁ ସଂକ୍ରମଣ​​ର ରେକର୍ଡ ସଂଖ୍ୟାରେ ବୃଦ୍ଧି ହୋଇଛି। ପ୍ରଥମ କରି ଗୋଟିଏ ଦିନରେ ୧୦ହଜାରରୁ ଅଧିକ ସଂଖ୍ୟାରେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଶୁକ୍ରବାର ଦେଶରେ ୧୦,୯୫୬ ନୂଆ ସଂକ୍ରମିତ ହୋଇଛନ୍ତି। ଗତ ଏକ ସପ୍ତାହ ଧରି ଦେଶରେ ୯୦୦୦ରୁ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇ ଆସୁଥିଲେ। ପ୍ରତିଦିନ ସଂକ୍ରମଣରେ ନୂଆ ରେକର୍ଡ ହେଉଥିଲା। ନୂଆ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୭,୫୩୫ ହୋଇଛି।

ତେବେ ୱାର୍ଲଡୋମିଟର ତଥ୍ୟ ଅନୁଯାୟୀ ଭାରତର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ଅତିକ୍ରମ କରିଛି। ଏହି ତଥ୍ୟ ଅନୁଯାୟୀ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୯,୬୦୩ ଥିବାବେଳେ ମୃତକଙ୍କ ସଂଖ୍ୟା ୮୮୯୦ ଛୁଇଁଛି। ଆଉ ମଧ୍ୟ ଶୁକ୍ରବାର ଗୋଟିଏ ଦିନରେ ୩୯୬ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ଆଶ୍ବସ୍ତିକର ବିଷୟ ହୋଇଛି। ସଂକ୍ରମଣରେ ଦ୍ବିଗୁଣିତ ସମୟ ବଢ଼ିବା ଆଉ ଏକ ଆଶ୍ବାସନାର ବିଷୟ। ପୂର୍ବରୁ ସଂକ୍ରମଣ ଦ୍ବିଗୁଣିତ ହେବାକୁ ୧୨ ଦିନ ଲାଗୁଥିଲା ମାତ୍ର ଏବେ ୧୭.୫ ଦିନରେ ସଂକ୍ରମଣ ଦ୍ବିଗୁଣ ହେଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧,୫୪,୨୩୧ଜଣ ସୁସ୍ଥ ହୋଇଥିବାବେଳେ ୧,୪୬,୩୬୮ଜଣ ଚିକିତ୍ସାଧୀନ ଅଛନ୍ତି। ଦେଶରେ ସୁସ୍ଥତା ହାର ୫୦ ପ୍ରତିଶତରୁ ଅଧିକ ରହିଛି। କରୋନା ସଂକ୍ରମଣରେ ଭାରତ ଏବେ ବିଶ୍ବର ଚତୁର୍ଥ ସ୍ଥାନକୁ ଉଠିଛି। ଗୁରୁବାର ୱାଲଡୋମିଟର ତଥ୍ୟ ଅନୁଯାୟୀ ବ୍ରିଟେନକୁ ପଛରେ ପକାଇ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଦେଶର କରୋନା ହଟସ୍ପଟ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୯୭,୬୪୮ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୩୫୯୦ ହୋଇଛି। ସେହିପରି ଦ୍ବିତୀୟ ସ୍ଥାନରେ ଥିବା ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ୩୮,୭୧୬ ହୋଇଥିବାବେଳେ ଦିଲ୍ଲୀରେ ୩୪,୬୮୭ ଓ ଗୁଜରାଟରେ ୨୨,୦୬୭ ହୋଇଛି। ଏହି ତିନି ରାଜ୍ୟରେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୩୪୯, ୧୦୫୮ ଓ ୧୩୮୫ ରହିଛି।
ଦେଶରେ କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧି ପାଇ ଚାଲିଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଶୁକ୍ରବାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ନୂଆ ଗାଇଡଲାଇନ ଅନୁଯାୟୀ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଲୋକଙ୍କ ଯିବା ଆସିବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ନିର୍ଦ୍ଦିଷ୍ଟ ଜରୁରୀ କାମକୁ ବାଦ ଦେଲେ କୌଣସି ପ୍ରକାର ଯାତାୟତ ହୋଇପାରିବ ନାହିଁ ବୋଲି ସ୍ବରାଷ୍ଟ୍ର ବିଭାଗ ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କ ନିକଟକୁ ପତ୍ର ଲେଖି ନିର୍ଦେଶ ଦେଇଛନ୍ତି। ନୂଆ ଗାଇଡଲାଇନରେ ରାଜପଥରେ ବସ୍‌ ଓ ଟ୍ରକ ଯାତାୟତକୁ ବାଦ୍‌ ଦିଆଯାଇଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories