www.samajalive.in
Saturday, December 6, 2025
14.1 C
Bhubaneswar

ଖୁଲମ ଖୁଲା ପଦାରେ ବୁଲୁଛନ୍ତି କରୋନା ସନ୍ଦିଗ୍ଧ, ପ୍ରଶାସନ ପାଖେ ଖବର ନାହିଁ

ବୋଲଗଡ: ବିଶ୍ୱରେ କରୋନା ମହାମାରୀର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ସ୍ତରରେ ଭାରତର ଅବସ୍ଥା କରୋନା ସଂକ୍ରମିତରେ ଜୁଡୁବୁଡୁ। ସେହିପରି ରାଜ୍ୟରେ କରୋନାର ତାଣ୍ଡବ ଦିନକୁ ଦିନ ଉଗ୍ରରୂପ ଧାରଣ କରିଚାଲିଛି। ଯାହାଦ୍ୱାରା ଭୟ ଓ ଆଶଙ୍କାରେ ଜୀବନ ଓ ଜିବିକା ଉପରେ ଘୋର ପ୍ରଭାବ ପଡୁଛି। ଏହି ପରୀପ୍ରେକ୍ଷୀରେ ରାଜ୍ୟର ଖୋର୍ଦ୍ଧା ଜିଲ୍ଲା କରୋନା ସଂକ୍ରମିତରେ ଅନ୍ୟ ଜିଲ୍ଲାକୁ ପଛରେ ପକାଇ ପ୍ରଥମସ୍ଥାନ ଅଧିକାର କରିସାରିଲାଣି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ କରୋନା ସଂକ୍ରମିତ ଅନ୍ୟ ବ୍ଲକ ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବ୍ଲକ ସଦର ମହକୁମା ବୋଲଗଡ ପଞ୍ଚାୟତରେ ଗତ ୨ଦିନ ମଧ୍ୟରେ ର‍୍ୟାପିଡ ଆଣ୍ଟିଜେନ ଟେଷ୍ଟରେ ସଂକ୍ରମିତଙ୍କ ସଂଖ୍ୟା ୧୯କୁ ଛୁଇଁ ସାରିଲାଣି।

ତେବେ କେତେକ ସଂକ୍ରମିତ ସନ୍ଦିଗ୍ଧ ବ୍ୟକ୍ତି ବାହାରେ ଖୁଲମ୍‍ଖୁଲା ବିଶ୍ରୁଙ୍ଖଳିତ ଭାବେ ବଜାର ତଥା ରାସ୍ତା ଘାଟରେ ଘୁରି ବୁଲୁଛନ୍ତି। ଅପରପକ୍ଷେ ଯେଉଁମାନେ କରୋନା ଚିହ୍ନଟ ହୋଇଛନ୍ତି,ସେମାନଙ୍କ ପ୍ରତି ବ୍ଲକ ପ୍ରଶାସନର କୈାଣସି ଦେଖାଶୁଣା ନାହିଁ। ଚିହ୍ନଟ ପରେ ସେମାନେ ସମସ୍ତ ଜାଗାରେ ଅନାୟାସରେ ତଥା ଅବାଧରେ ବୁଲୁଥିବାର ଦେଖିବାକୁ ମିଳୁଛି। ପଜିଟିଭ ବ୍ୟକ୍ତିମାନଙ୍କର ସଂକ୍ରମିତ ହେବାକୁ ନେଇ ଟିକିଏ ହେଲେ ଭୟ ନଥିବା ପରି ଜଣାଯାଉଛି।

- Advertisement -

ଯଦି ଏଭଳି ଅବସ୍ଥା ଆଗକୁ ଲାଗି ରହେ କରୋନା ନିଶ୍ଚିତ ଭାବେ କାୟା ବିସ୍ତାର କରି ବ୍ଲକର ସମସ୍ତ ଅଞ୍ଚଳକୁ ପ୍ରଭାବିତ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories