www.samajalive.in
Saturday, December 6, 2025
14.1 C
Bhubaneswar

ରେଙ୍ଗାଲି ତହସିଲର ୩ଟି ମୌଜାରେ ୧୪୪ ଧାରା ଜାରି

ରେଙ୍ଗାଲି : କରୋନା ରୋଗ ନିରୂପଣ ଲାଗି ଚାଲିଥିବା ଆଣ୍ଟିଜେନ୍‍ ଟେଷ୍ଟ୍‍ ରେ ପଜିଟିଭ୍‍ ଚିହ୍ନଟ ହେଲା ପରେ ସଦର ଉପ-ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ରେଙ୍ଗାଲି ତହସିଲ ଅନ୍ତର୍ଗତ ଠେଲକୁଲି ବ୍ରାହ୍ମଣପଡା, କିସାନପଡା ଧୁବେନଛାପଲ ଗ୍ରାମର ତଳିପଡା ଏବଂ ବାସୁପାଲି ଗ୍ରାମର ହରିଜନପଡାରେ ୧୪୪ ଧାରା ଜାରି କରିଛନ୍ତି। ଆଜି ୨୨ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଉପରୋକ୍ତପଡା ମାନଙ୍କରେ ୧୪୪ଧାରା ବଳବତ୍ତର ରହିବ ବୋଲି ଉପ-ଜିଲ୍ଲାପାଳଙ୍କ ନିର୍ଦେଶାବଳୀରେ ଉଲ୍ଲେଖ ରହିଛି। ସଂପୃକ୍ତ ଅଞ୍ଚଳର ନିର୍ବାହୀ ମାଜିଷ୍ଟ୍ରେଟ୍‍ ଏବଂ ଥାନା ଅଧିକାରୀ ମାନଙ୍କୁ ୧୪୪ ଧାରା କୁ ସଠିକ୍‍ ଭାବରେ କାର୍ଯ୍ୟକାରୀ କରିବାକୁ ଆଦେଶନାମାରେ କୁହାଯାଇଛି। ଜରୁରୀ ଚିକିତ୍ସା ଜନିତ କାମ ବ୍ୟତୀତ ୧୪୪ ଧାରା ଜାରି ହୋଇଥିବା ଅଞ୍ଚଳର ଲୋକେ ବାହାରକୁ ଯିବା ମନା କରାଯାଇଥିବା ସହିତ ବାହ୍ୟ ଅଞ୍ଚଳର ଲୋକଙ୍କୁ ମଧ୍ୟ ସଂପୃକ୍ତ ଅଞ୍ଚଳକୁ ପ୍ରବେଶ ବାରଣ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories