www.samajalive.in
Friday, December 5, 2025
20.1 C
Bhubaneswar

ନୂଆଖାଇ ପାଇଁ ବୌଦ୍ଧ ଚଳଚଞ୍ଚଳ, ଚାଷୀ ମନରେ ହରସ ନାହିଁ

ବୌଦ୍ଧ: ଗୋଟିଏ ପଟେ କରୋନା ମହାମାରୀ ପାଇଁ ଜିଲାରେ ଅନେକ କଟକଣା , ଅନ୍ୟପଟେ ପଶ୍ଚିମ ଓଡିଶାର କୃଷିଭିତିକ ମହାନ ଗଣପର୍ବ ନୂଆଖାଇ ପାଇଁ ବୌଦ୍ଧଜିଲା ଚଳଚଞ୍ଚଳ ହୋଇପଡିଛି। କରୋନା କଟକଣା ସତ୍ୱେ ନୂଆଖାଇ ପାଇଁ ଦୋକାନ ବଜାର ଭିଡଥିବା ସହ ଏହାକୁ ଧୁମଧମାରେ ପାଳନ କରିବାକୁ ସମସ୍ତେ ଲାଗିପଡିଛନ୍ତି।

ନୂଆଖାଇ ଦିନ ନୁଆଁ ଚାଉଳର କ୍ଷିରୀ ନବାହ୍ନ ଭାବରେ ବୌଦ୍ଧଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ସମତେ ପ୍ରତ୍ୟେକ ଗ୍ରାମଦେବତୀଙ୍କ ପୀଠ ଓ ମନ୍ଦିରଗୁଡିକରେ ଲାଗିଥାଏ। କିନ୍ତୁ ଚଳିତବର୍ଷ ବିଳମ୍ବରେ ଆରମ୍ଭ ହୋଇଥିବା ଚାଷରେ ଚାଷୀ ପରିବାରମାନେ ବ୍ୟସ୍ତ ଥିବାବେଳେ ନୁଆଁଖାଇ ନେଇ ଚାଷୀ ମନରେ ହରସ ନାହିଁ। ଜିଲାରେ ତଳି ଲଗା କାର୍ଯ୍ୟ ସରିଥିବା ବେଳେ ବିହୁଡା ଚାଲିଛି। ନୂଆଖାଇରେ ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାହ୍ନ ଲଗାଇବାକୁ ନୂଆ ଧାନ ବାହାରିନଥିବା ଯୋଗୁଁ ଧାନକେଣ୍ଡା ସଂଗ୍ରହ ପାଇଁ ଲୋକମାନେ ଏଣେତେଣେ ଧାଉଁଥିବା ଦେଖାଯାଉଛି। କିଛି ଜମିରେ କେବଳ ନୂଆଖାଇକୁ ଦୃଷ୍ଟିରେ ରଖି ଧାନ ଲଗାଯାଇଥାଏ। ସେହି ଜମିରୁ ସଂଗ୍ରୁହୀତ ଧାନକେଣ୍ଡା ନୂଆଖାଇ ସମୟରେ ବିକ୍ରି ପାଇଁ ବଜାରକୁ ଆସିଥାଏ। ନବାହ୍ନ ପ୍ରସ୍ତୁତି ଲାଗି ଧାନକେଣ୍ଡା ସଂଗ୍ରହ ପାଇଁ ଆଜି ବଜାରରେ ପ୍ରବଳ ଭିଡ ହୋଇଥିବା ବେଳେ ଗୋଟିଏ ଧାନକେଣ୍ଡାକୁ ୧୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୟ ହୋଇଥିବା ଜଣାଯାଇଛି।

- Advertisement -

ଏଥିସହିତ ନୂଆଖାଇ ପାଇଁ ଦେବୀ ପୀଠ ଗୁଡିକରେ ମଧ୍ୟ ଜୋରସୋରରେ ପ୍ରସ୍ତୁତି ଚାଲିଛି। କରୋନା କଟକଣା ଯୋଗୁଁ ଭେଟଘାଟ ଭଳି କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିବାବେଳେ ଲୋକମାନେ ସାମାଜିକ ଦୂରତା ନିୟମ ପାଳନ ସହ ନୂଆଖାଇ ବିଧି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଜିଲାବାସୀଙ୍କୁ ଅନୁରୋଧ କରାଯାଇଛି। ନୂଆଁଖାଇ ସମୟରେ ବାହାରେ ରହୁଥିବା ପରିବାର ସଦସ୍ୟମାନେ ଘରକୁ ଫେରି ପରିବାରଲୋକଙ୍କ ସହିତ ଏକାଠି ନୂଆଁ ଖାଇବାର ପରମ୍ପରା ରହିଛି। କିନ୍ତୁ କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ଯାତ୍ରୀବାହୀ ବସ ଚଳାଚଳ କରୁନଥିବାରୁ ବାହାରେ ରହୁଥିବା ପରିବାର ଲୋକ ନୂଆଖାଇ ପାଇଁ ଆସିବାକୁ ବହୁତ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖାଯାଉଛି। ସ୍ଥିତି ସୁଧୁରିଲେ ଅନେକ ପରିବାର ଦୁର୍ଗାପୂଜା ସମୟରେ ମଧ୍ୟ ନୂଆ ଖାଇବାକୁ ନିଷ୍ପତି ନେଇଥିବା ଜଣାଯାଇଛି। ଏହାବ୍ୟତୀତ ନୂଆଁଖାଇ ପାଇଁ ଆବଶ୍ୟକୀୟ ସରଞ୍ଜାମ ସଂଗ୍ରହ କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି।

ନୂଆଖାଇରେ ନୂଆ ବସ୍ତ୍ର ପରିଧାନ କରିବାର ପରମ୍ପରା ରହିଥିଲେ ମଧ୍ୟ କରୋନା କଟକଣା ଯୋଗୁଁ ଦୋକାନ ଗୁଡିକରେ ଅଳ୍ପ ଭିଡ ରହିଛି। ତେବେ ନୂଆଖାଇରେ ନୁଆ ଜିନିଷ ବ୍ୟବହାର ହେଉଥିବାରୁ ମାଟିପାତ୍ର, କୁଲେଇ, ନୁଆଧାନ, ବିଭିନ୍ନ ପତ୍ର ବିକ୍ରି ହେବାରେ ଲାଗିଛି। କରୋନା ନୂଆଖାଇ ପ୍ରସ୍ତୁତିରେ ପ୍ରଭାବ ପକାଇଥିଲେ ମଧ୍ୟ ଲୋକଙ୍କ ମଧ୍ୟ ଗଣପର୍ବ ପାଳନ ପାଇଁ ଉତ୍ସାହ ପରିଲକ୍ଷିତ କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories