ଏଣିକି କେବଳ କୋର୍ବେଭାକ୍ସ ବୁଷ୍ଟର
ନୂଆଦିଲ୍ଲୀ: କରୋନା ସଂକ୍ରମଣର ପ୍ରତିଷେଧକ ଭାବେ ଏଣିକି କେବଳ କୋର୍ବେଭାକ୍ସ ଟିକା ଦିଆଯିବ। କୋଭିସିଲ୍ଡ ବା କୋଭାକ୍ସିନର ସମ୍ପୂର୍ଣ୍ଣ ଦୁଇ ପାନ ନେଇ ସାରିଥିବା ୧୮ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ବୁଷ୍ଟର ପାନରେ କୋର୍ବେଭାକ୍ସ ଟିକା ଦିଆଯିବ। ଅଗଷ୍ଟ ୧୨ ତାରିଖ (ଶୁକ୍ରବାର) ଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ କୋର୍ବୋଭାକ୍ସ ଟିକାକୁ ବୁଷ୍ଟର ପାନରେ ପ୍ରୟୋଗ ଲାଗି ସରକାରଙ୍କ ପକ୍ଷରୁ ଅନୁମୋଦନ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ବୁଧବାର ଘୋଷଣା କରିଛନ୍ତି। ପ୍ରଥମ କରି ବୁଷ୍ଟର ପାନ କ୍ଷେତ୍ରରେ ଅନ୍ୟ କମ୍ପାନୀ ପ୍ରସ୍ତୁତ ଟିକା ଦେବାକୁ ଅନୁମୋଦନ କରାଯାଇଛି।
ପୂର୍ବରୁ ବୁଷ୍ଟର ପାନ କ୍ଷେତ୍ରରେ ହିତାଧିକାରୀଙ୍କୁ ସମାନ ପ୍ରକାର ଟିକା ଦିଆଯାଉଥିଲା ଯାହା ସେ ପ୍ରଥମ ଦୁଇଟି ପାନରେ ନେଇଥିଲେ। ଅର୍ଥାତ୍ ପ୍ରଥମ ଦୁଇପାନ କୋଭାକ୍ସିନ ଟିକା ନେଇଥିଲେ ବୁଷ୍ଟର ପାନରେ କୋଭାକ୍ସିନ ଟିକା ହିଁ ଦିଆଯାଉଥିଲା। ଯେଉଁମାନେ କୋଭିସିଲ୍ଡ ନେଇଥିଲେ ସେମାନଙ୍କୁ ବୁଷ୍ଟ ପାନେର କୋଭିସିଲ୍ଡ ଦିଆଯାଉଥିଲା।
Comments are closed.