କରୋନା ଅପଡ଼େଟ ; ଦେଶରେ ମୃତ୍ୟୁ ସଂଖ୍ୟା ୭ ହଜାର ୭୪୫କୁ ବୃଦ୍ଧି, ଆକ୍ରାନ୍ତ ୨ଲକ୍ଷ ୭୬ ହଜାର ୫୮୩, ସୁସ୍ଥ ୧ଲକ୍ଷ ୩୫ ହଜାର ୨୦୫
ନୂଆଦିଲ୍ଲୀ : ସାରା ବିଶ୍ୱରେ ମହାମାରୀ କରୋନା ନିଜର କାୟା ବସ୍ତାର କରିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭ ହଜାର ୭୪୫କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୬ ହଜାର ୫୮୩କୁ ବୃଦ୍ଧି ଓ ୧ଲକ୍ଷ ୩୫ ହଜାର ୨୦୫ ଜଣ ସୁସ୍ଥ ହୋଇଛନ୍ତି। ୧ଲକ୍ଷ ୩୩ ହଜାର ୬୩୨ ଆକ୍ଟିଭ କେସ ରହିଛି।ମହାରାଷ୍ଟ୍ରରେ ସର୍ବାଧିକ ୯୦,୭୮୭ ଆକ୍ରାନ୍ତ ଓ ୩, ୨୮୯ ମୃତ। ଗୁଜୁରାଟରେ ୧, ୩୧୩, ଦିଲ୍ଲୀ ୯୦୫, ମଧ୍ୟପ୍ରଦେଶରେ ୪୨୦ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
Comments are closed.