www.samajalive.in
Wednesday, November 19, 2025
18.1 C
Bhubaneswar

ଖୁଣ୍ଟବନ୍ଧ ଠାରେ ସେବା ସମବାୟ ସମିତିର ନିର୍ବାଚନ କରିବାକୁ ଦାବି

ବୌଦ୍ଧ :  ବୌଦ୍ଧ ଜିଲାରେ ସେବା ସମବାୟ ସମିତି ଗୁଡିକ ନିର୍ବାଚନ ନେଇ ରାଜନୀତି ସରଗରମ ହୋଇପଡିଛି । ବୌଦ୍ଧ ଜିଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଏବେ କିନ୍ତୁ ସମିତି ଗୁଡିକର ସଭ୍ୟ ପଦ ପାଇଁ ଛକା ପଞ୍ଝା ଆରମ୍ଭ ହୋଇଛି । ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୦ ଗୋଟି ସମିତିରେ ଅନୁଷ୍ଠିତ ହେବ । ଖୁଣ୍ଟବନ୍ଧ ସେବା ସମବାୟ ସମିତିରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଖୁଣ୍ଟବନ୍ଧ ୟୁଜିଏମଇ ବିଦ୍ୟାଳୟରେ ନିର୍ବାଚନ କେନ୍ଦ୍ର କରିବାକୁ ସହକାରୀ ନିବନ୍ଧକ, ସମବାୟ ସମିତି ସମୁହ ବୌଦ୍ଧଙ୍କ ପାଖରେ ଶୁକ୍ରବାର ଦିନ କିଛି ବ୍ୟକ୍ତି ଦାବି କରିଛନ୍ତି । ଖୁଣ୍ଟବନ୍ଧ ସେବା ସମବାୟ ସମିତରେ ସର୍ବାଧିକ ଭୋଟର ଖୁଣ୍ଟବନ୍ଧ ନିକଟସ୍ଥ ଗ୍ରାମରବାସିନ୍ଦା ଅଟନ୍ତି। ଖୁଣ୍ଟବନ୍ଧ ସେବା ସମବାୟ ସମିତିର ନିର୍ବାଚନ ପାଇଁ ଜହ୍ନାପଙ୍କ ଠାରେ ଭୋଟ ଗ୍ରହଣ କେନ୍ଦ୍ର କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । କିନ୍ତୁ ଜହ୍ନାପଙ୍କ ଠାରେ ଭୋଟ ଗ୍ରହଣ କେନ୍ଦ୍ର କରାଗଲେ ଭୋଟ ଦେବାକୁ ବହୁ ଚାଷୀ ହଇରାଣ ହେବେ । ଭୋଟ ଗ୍ରହଣ କେନ୍ଦ୍ର ଖୁଣ୍ଟବନ୍ଧ ୟୁଜିଏମଇ ବିଦ୍ୟାଳୟରେ କରାଗଲେ ଭୋଟ ଦେବାକୁ କିଛି ଅସୁବିଧା ହେବ ନାହିଁ ବୋଲି ଦାବୀ କରାଯାଇଛି।

Hot this week

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

Related Articles

Popular Categories