ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମୋହନା ଓ ଚନ୍ଦ୍ରଗିରିରେ ସମୀକ୍ଷା ବୈଠକ

୫-ଟି ସଚିବଙ୍କ ଗସ୍ତକୁ ନେଇ ପୁସ୍ତୁତି ବୈଠକ

ମୋହନା : ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ମଙ୍ଗଳବାରଠୁ ୨ ଦିନିଆ ଗଜପତି ଜିଲ୍ଲାର ମୋହନା ଓ ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ବୌଦ୍ଧ ମନ୍ଦିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେ ଅପରାହ୍ନ ୪ଟାରେ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏସଏସଡି) ମିନି ଷ୍ଟାଡିୟମଠାରେ ହେଲିକପ୍ଟର ଯୋଗେ ଆସି ପହଞ୍ଚିବେ। ସେ ରାଜ୍ୟ ସରକାରଙ୍କ ପକ୍ଷରୁ ମୋହନା ବ୍ଲକକୁ ବିଭିନ୍ନ ପ୍ରକଳ୍ପ ପାଇଁ ଆସିଥିବା ଅନୁଦାନର ସଠିକ ବିନିଯୋଗ ସମ୍ପର୍କରେ ଆଲୋଚନା କରିବେ। ଏଣୁ ସଚିବଙ୍କ ଗ୍ରସ୍ତର ସଫଳ ରୂପାୟନ ପାଇଁ  ସୋମବାର ଦିନ ଯୋଗାଣ ମନ୍ତ୍ରୀ ତଥା ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ହେଲିକପ୍ଟର ଯୋଗେ ଆସି ମିନି ଷ୍ଟାଡିୟମଠାରେ ପହଞ୍ଚିଥିଲେ। ସେ ହେଲିପ୍ୟାଡ ଓ ପୁସ୍ତୁତି କାର୍ଯ୍ୟକ୍ରମ ବୁଲି ଦେଖିବା ପରେ ସ୍ଥାନୀୟ ଡାକ ବଙ୍ଗଳାରେ ପହଞ୍ଚି,  ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ନାୟକ, ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାଶ, ବ୍ଳକ ଅଧ୍ୟକ୍ଷ ରଞ୍ଜୀବ ଶବର, ବିଜେଡିର ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ମୋହନା ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକ, ରାୟଗଡ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକଙ୍କ ସମେତ ନିର୍ବାଚିତ ଜନପ୍ରତିନିଧି ଓ କିଛି କର୍ମୀଙ୍କ ସହ ଆଲୋଚନା କରିଥିଲେ। ମୋହନା ନିର୍ବାଚନ ମଣ୍ଡଳୀରେ ଉନ୍ନତି ମୂଳକ ପ୍ରକଳ୍ପର କାର୍ଯ୍ୟକୁ ତ୍ବରାନ୍ନିତ କରିବା, ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଅନୁଦାନର ୟୁସି ଦାଖଲ କରିବା ଓ ବର୍ଷାଋତୁ ପୂର୍ବରୁ ନୂଆ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଅପରପକ୍ଷେ ରବିବାର ଦିନ ମଧ୍ୟାହ୍ନ ସମୟରେ ବ୍ଲକ ସମିତି ସଭାଗୃହରେ ବିଡିଓ ଓ ସରକାରୀ କର୍ମଚାରୀମାନେ  ୫-ଟି ସଚିବଙ୍କ ଗସ୍ତକୁ ନେଇ ଚାଲିଥିବା ବୈଠକରେ ସାମ୍ବାଦିକମାନଙ୍କୁ ପ୍ରବେଶ କରିବା ଅନୁମତି ଦେଇନଥିଲେ କି ସଚିବଙ୍କ ଗ୍ରସ୍ତ ସୂଚୀର ସୂଚନା ମଧ୍ୟ ଦେଇନଥିଲେ। ଯାହାଫଳରେ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Comments are closed.