www.samajalive.in
Sunday, December 7, 2025
23.1 C
Bhubaneswar

ସରକାରୀ ନିୟମ ଅନୁସାରେ ମିଳୁନି ଦରମା, କାରଖାନା ସମ୍ମୁଖରେ ଠିକା ଶ୍ରମିକଙ୍କ ଧାରଣା

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁରସ୍ଥିତ ଟାଟା ଷ୍ଟିଲ ଓ ଫେରୋଆଲୟେଜ କାରଖାନା ସରକାରଙ୍କ ନିର୍ଦ୍ଦେଶ ମୁତାବକ ଠିକା ଶ୍ରମିକମାନଙ୍କୁ ଦରମା କିମ୍ବା ଗ୍ରାଚ୍ୟୁଇଟି ଦେଉ ନ ଥିବା ଅଭିଯୋଗ କରିଛନ୍ତି ଠିକା ଶ୍ରମିକ। ଏହା ପ୍ରତିବାଦରେ ଟିଏସ ଆଲୟେଜ ଠିକା ମଜଦୂର ସଭା କାରଖାନା ଫାଟକ ସାମ୍ନାରେ ପକ୍ଷରୁ ଧାରଣା ଦିଆଯାଇଛି। ଶୁକ୍ରବାର ଧାରଣା ଯୋଗୁ ବାହାରୁ କୌଣସି କର୍ମଚାରୀ ଭିତରକୁ ଯାଇପାରି ନ ଥିଲେ କି ଭିତରେ କାର୍ଯ୍ୟ କରୁଥିବା କର୍ମଚାରୀ ବାହାରକୁ ଆସିପାରି ନ ଥିଲେ। ଖବର ପାଇ ଜିଲ୍ଲା ଶ୍ରମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ କୌଣସି ନିର୍ଯାସ ନ ବାହାରିବାରୁ ଫେରିଯାଇଥିଲେ।

ଶୁକ୍ରବାର ଭୋରୁ ଠିକା କର୍ମଚାରୀ ସଂଘ ସାଧାରଣ ସଂପାଦକ ଉମାକାନ୍ତ ସାହୁ ଓ ଯୁଗ୍ନ ସଂପାଦକ ପ୍ରତାପ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ କାରଖାନାରେ କାର୍ଯ୍ୟରତ ଶତାଧିକ ଠିକା କର୍ମଚାରୀ ବିଭିନ୍ନ ଦାବି ନେଇ କାରଖାନା ଫାଟକ ଆଗରେ ବସିବା ସହିତ ବନ୍ଦ କରିଥିଲେ । ସାଧାରଣ ସଂପାଦକ ସାହୁ ଓ ଯୁଗ୍ମ ସଂପାଦକ ଦାସ ଗଣମାଧ୍ୟମକୁ କହିଥିଲେ କାରଖାନା କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ପାଇଁ ଥିବା ଆଇନକୁ ଦଳି ଚକଟି ଦେଇଛନ୍ତି। ଆମମାନଙ୍କ ଶ୍ରମ ଓ ଲୁହ ଲହୁରେ କାରଖାନା ଲାଭ ପାଉଛି । ହେଲେ ଆମମାନଙ୍କ ସମାସ୍ୟାକୁ ଅଣଦେଖା କରିଚାଲିଛି । ସରକାରଙ୍କ ନିର୍ଦ୍ଧାରିତ ବର୍ଦ୍ଧିତ ଦରମାକୁ ଲାଗୁ କରୁ ନ ଥିବାବେଳେ ଗ୍ରାଚ୍ୟୁଇଟି କଥାକୁ ସଂପୂର୍ଣ୍ଣ ଭୁଲିଯାଇଛି । ଯେ ପର୍ଯ୍ୟନ୍ତ ଆମର ଦାବିକୁ କାରଖାନା କର୍ତ୍ତୃପକ୍ଷ ଗ୍ରହଣ ନକରିଛି ସମସ୍ତ ଠିକା ଶ୍ରମିକ କାରଖାନା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବସିରହିବେ । ଆବଶ୍ୟକସ୍ଥଳରେ ଆମରଣ ଅନଶନ ସହିତ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଆନ୍ଦୋଳନ ବାର୍ତ୍ତାକୁ ପହଞ୍ଚାଯିବ ବୋଲି କହିବାକୁ ପଛାଇ ନ ଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଠଗଡ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଅଶୋକ କୁମାର ସ୍ୱାଇଁ, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ଖୁଣ୍ଟୁଣୀ ଥାନା ଅଧିକାରୀ ରବିନାରାୟଣ ବେହେରା ଓ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଥିଲେ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories