www.samajalive.in
Tuesday, December 9, 2025
15.1 C
Bhubaneswar

ଭୁବନେଶ୍ୱରକୁ ଫେରିଲା କଣ୍ଟେନ୍‌ମେଣ୍ଟ – ଦୁଇଜଣ ବିଦେଶ ଫେରନ୍ତା କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ୱର – ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ । ବମିଖାଲ ଜୟଦୁର୍ଗା ଅଞ୍ଚଳର ଦୁଇ ଜଣ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ନିକଟରେ କୋଭିଡ୍‌ ଚିହ୍ନଟ ହେବାପରେ (ପ୍ଲଟ   ସଂଖ୍ୟା ୧୩୦୩/୧୩୦୪)   ଅଞ୍ଚଳକୁ ବିଏମ୍‌ସି ପକ୍ଷରୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।

ସଂକ୍ରମଣ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ମହାମାରୀ ଆଇନ ୧୮୯୭ର ଆଧାରରେ କୋଭିଡ୍‌ ୧୯ ନିୟନ୍ତ୍ରଣ ପାଇଁ ଜାରି ମାର୍ଗଦର୍ଶିକା ଅନୁସାରେ ବିଏମ୍‌ସିର ଆଞ୍ଚଳିକ ଡେପୁଟି ନିର୍ଦେଶକ (ଦକ୍ଷିଣ- ପୂର୍ବ) ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ।

- Advertisement -

ବମିଖାଲ ଜୟଦୂର୍ଗା ନଗରର (ପ୍ଲଟ   ସଂଖ୍ୟା ୧୩୦୩/୧୩୦୪)ରେ    ଏହି ଦୁଇ ବିଦେଶ ଫେରନ୍ତା ବ୍ୟକ୍ତି କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳରୁ କେହି ବାହରକୁ ବାହାରିବା ଏବଂ ସେଠାରେ ଅନ୍ୟ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।

କଣ୍ଟେନମେଣ୍ଟ ଅଞ୍ଚଳରେ ବସବାସ କରୁଥିବା ସମସ୍ତଙ୍କୁ କଡାକଡି ଭାବେ ଘରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ବିଏମ୍‌ସି ପକ୍ଷରୁ ସେଠାରେ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

ଭୁବନେଶ୍ୱରକୁ ଫେରିଲା କଣ୍ଟେନ୍‌ମେଣ୍ଟ – ଦୁଇଜଣ ବିଦେଶ ଫେରନ୍ତା କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories