ରାଜ୍ୟ ପୁରସ୍କାରରେ ସମ୍ମାନିତ ହେଲେ କନଷ୍ଟେବଳ ତୁଷାର
କେନ୍ଦୁଝରଗଡ଼: ୮୮ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ କେନ୍ଦୁଝର ଜିଲା କାଞ୍ଜିପାଣି ଥାନାରେ କାର୍ଯ୍ୟରତ କନଷ୍ଟେବଳ ତୁଷାର କୁମାର କରଙ୍କୁ ଉତ୍କୃଷ୍ଟ ସେବା ପାଇଁ ‘ଆରକ୍ଷୀ ମହାନିର୍ଦ୍ଦେଶକ ଡିସ୍କ’ ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ପୁଲିସ ଭବନ କନଭେନସନ ହଲଠାରେ ଶନିବାର ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କନଷ୍ଟେବଲ ତୁଷାର କରଙ୍କୁ ମାନପତ୍ର ଓ ବ୍ୟାଚ୍ ପ୍ରଦାନ ପୂର୍ବକ ‘ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଡିସ୍କ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ଅବସରରେ ରାଜ୍ୟ ପୁଲିସ ବିଭାଗର ବହୁ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। କନଷ୍ଟେବଳ ତୁଷାର ଏହା ପୂର୍ବରୁ ଝୁମ୍ପୁରା, ବଡବିଲ, ହରିଚନ୍ଦନପୁର ଆଦି ଥାନାରେ ଦୀର୍ଘ ୨୫ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରି ନିଜର ଦକ୍ଷତା ପ୍ରଦର୍ଶନ କରି ଆସିଥିବା ବେଳେ ଏହି ପୁରସ୍କାର ଆଗକୁ ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ପ୍ରତିକ୍ରିୟାରେ ଏହା କହିଛନ୍ତି।
Comments are closed.