ଗାଡ଼ି ଚେକିଂ ସମୟରେ ଯୁବତୀକୁ ମାଡ଼ ମାରି ୨କନଷ୍ଟେବଳ ନିଲମ୍ବିତ

0

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଜନୈକା ଯୁବତୀଙ୍କୁ ମାଡ଼ ମାରିବା ଅଭିଯୋଗରେ ୨ କନଷ୍ଟେବଳଙ୍କୁ ନିଲମ୍ବିତ କରିବାକୁ ନିର୍ଦେଶ ଦେଇଛନ୍ତି। ଗାଡି ଚେକିଂ ଚାଲିଥିବାବେଳେ ଏକ ବାଡ଼ିରେ ୨କନଷ୍ଟେବଳ ଯୁବତୀଙ୍କୁ ପ୍ରହାର କରିଥିଲେ। ଫଳରେ ଯୁବତୀ ଜଣକ ଗାଡ଼ିରୁ ପଡ଼ିଯାଇ ତାଙ୍କ ନାକ ଫାଟି ଯିବା ସହ ମୁଁହରେ କ୍ଷତ ସୃଷ୍ଟି ହୋଇଥିଲା। ଏହି ମାମଲା ପରବର୍ତ୍ତୀ ସମୟରେ ଆରକ୍ଷୀଅଧିକ୍ଷକଙ୍କ ତଦନ୍ତାଧିନ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ତୁରନ୍ତ ୨ କନଷ୍ଟେବଳଙ୍କୁ ନିଲମ୍ବିତ କରିବାକୁ ନିର୍ଦେଶ ଜାରି କରିଛନ୍ତି।

Leave A Reply