www.samajalive.in
Monday, December 15, 2025
24.1 C
Bhubaneswar

ରୋହିତ ଶର୍ମାଙ୍କ ଫିଟ୍‌ନେସ୍‌କୁ ନେଇ ବିବାଦ, ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତ୍ରୀ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଚମ୍ପିଆନ୍ସ ଟ୍ରଫି ୨୦୨୫ରେ ଲଗାତର ଭାବେ ଚମତ୍କାର ପ୍ରଦର୍ଶନ କରୁଛି। ଟି-୨୦ ବିଶ୍ୱକପ୍ ଜିତିବା ପରେ ଏବେ ରୋହିତଙ୍କ ଅଧିନାୟକତ୍ଵରେ ହିଁ ଭାରତୀୟ ଦଳ ଲଗାତର ଦ୍ୱିତୀୟ ଟାଇଟଲ ଆଡ଼କୁ ଅଗ୍ରସର ହେଉଛି। ଲଗାତାର ୩ଟି ବିଜୟ ସହ ଭାରତ ସେମିଫାଇନାଲରେ ମଧ୍ୟ ପ୍ରବେଶ କରିଛି। ଯେଉଁ ସମୟରେ ଦଳ ତଥା ଅଧିନାୟକ ରୋହିତଙ୍କ ନେତୃତ୍ୱକୁ ପ୍ରଶଂସା କରାଯାଉଛି, ସେତେବେଳେ ଦେଶର ସର୍ବ ପୁରାତନ ଦଳ କଂଗ୍ରେସର ଜଣେ ନେତା ଭାରତୀୟ ଅଧିନାୟକଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସ ମୁଖପାତ୍ର ଡା. ଶମା ମହମ୍ମଦ ରୋହିତଙ୍କୁ ‘ମୋଟା’ କହି ଭାରତ ଇତିହାସର ସବୁଠୁ ନିଷ୍ପ୍ରଭାବୀ କ୍ୟାପ୍ଟେନ ବୋଲି କହିଛନ୍ତି।

ଦୁବାଇରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ଚାଲିଥିବାବେଳେ କଂଗ୍ରେସ ନେତା ଏହି ମନ୍ତବ୍ୟ ଦେଇଥିଲେ। କଂଗ୍ରେସ ମୁଖପାତ୍ର ତଥା ବୃତ୍ତିରେ ଦନ୍ତ ଚିକିତ୍ସକ ଡାକ୍ତର ଶମା ମହମ୍ମଦ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ରୋହିତଙ୍କୁ ଟ୍ୟାଗ୍ କରି ଏକ ପୋଷ୍ଟ କରିଛନ୍ତି ଓ ଲେଖିଛନ୍ତି, “ଜଣେ ଖେଳାଳି ଭାବରେ ରୋହିତ ଶର୍ମା ମୋଟା ଅଛନ୍ତି। ସେ ଓଜନ କମାଇବା ଆବଶ୍ୟକ। ଏବଂ ନିଶ୍ଚିତ ଭାବେ ଭାରତର ସବୁଠାରୁ ନିଷ୍ପ୍ରଭାବୀ ଅଧିନାୟକ ମଧ୍ୟ।”

- Advertisement -

ଭାରତର ଅଧିନାୟକ ରୋହିତ ଗତ କିଛି ବର୍ଷ ମଧ୍ୟରେ ତାଙ୍କ ଫିଟନେସକୁ ନେଇ ଅନେକ ଥର ପ୍ରଶ୍ନ ଘେରରେ ରହିଛନ୍ତି, କିନ୍ତୁ ସେ ତାଙ୍କ ପ୍ରଦର୍ଶନ, ବଡ ଇନିଂସ ଓ ଦମ୍‌ଦାର ଫିଲ୍ଡିଂ ଦ୍ଵାରା ଏହାର ଜବାବ ମଧ୍ୟ ଦେଇଆସୁଛନ୍ତି। ରୋହିତ ବାରମ୍ବାର ପ୍ରମାଣ କରିଆସୁଛନ୍ତି ଯେ, ମ୍ୟାଚ୍ ଫିଟନେସ୍ ଏବଂ ନିୟମିତ ଫିଟନେସ୍ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି ଏବଂ ସେ ମ୍ୟାଚ୍ ଫିଟ୍ ଅଛନ୍ତି।

କିନ୍ତୁ ଶମା ମହମ୍ମଦ ଏତିକିରେ ଅଟକି ନଥିଲେ ଏବଂ ରୋହିତଙ୍କୁ ଜଣେ ସାଧାରଣ ଅଧିନାୟକ ଓ ଜଣେ ସାଧାରଣ ଖେଳାଳି ବୋଲି କହି ସଚିନ ତେନ୍ଦୁଲକର, ବିରାଟ କୋହଲିଙ୍କ ତୁଳନାରେ ସେ କିଛି ନୁହଁନ୍ତି ବୋଲି କହିଛନ୍ତି। ସେ ପୋଷ୍ଟ କରିଛନ୍ତି ଯେ, “ତାଙ୍କ ପୂର୍ବରୁ ଆସିଥିବା ଗାଙ୍ଗୁଲି, ତେନ୍ଦୁଲକର, ଦ୍ରାବିଡ଼, ଧୋନୀ, କୋହଲି, କପିଲ ଦେବ, ଶାସ୍ତ୍ରୀ ଏବଂ ଅନ୍ୟମାନଙ୍କ ତୁଳନାରେ ତାଙ୍କଠାରେ ଏମିତି କ’ଣ ବଡ଼ କଥା ଅଛି। ସେ ଜଣେ ସାଧାରଣ ଅଧିନାୟକ ଏବଂ ଜଣେ ସାଧାରଣ ଖେଳାଳି, ଯିଏକି ସୌଭାଗ୍ୟବସତଃ ଭାରତ ପାଇଁ ଖେଳିବାର ସୁଯୋଗ ପାଇଛନ୍ତି।”

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories