www.samajalive.in
Sunday, December 7, 2025
14.1 C
Bhubaneswar

ଛି ଛି ଛି.. ଭିଡିଓ ଦେଖି ଲୋକେ କହିଲେ,ନଳା ପାଣିରେ ପରିବା ଧୋଉଥିଲେ ଦୋକାନୀ

ନୂଆଦିଲ୍ଲୀ : ସବୁଜ ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । ପୋଷକ ତତ୍ତ୍ୱରେ ଭରପୁର ସବୁଜ ପନିପରିବା ଭିଟାମିନ୍‌, ପ୍ରୋଟିନ୍‌ ଓ ମିନେରାଲ୍ସ ରହିଛି। ଏହି କାରଣରୁ ଡାକ୍ତର ମଧ୍ୟ ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦେଇଥାନ୍ତି । ଉତ୍ତମ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ସତେଜ ପନିପରିବା ନିଜ ଖାଦ୍ୟରେ ସାମିଲ କରି ଥାନ୍ତି, ଯାହା ଶରୀରକୁ ଶକ୍ତି ଯୋଗାଇଥାଏ ଓ ରୋଗରୁ ମଧ୍ୟ ଦୂରେଇ ରଖିଥାଏ । ପନିପରିବା କିଣିବା ପାଇଁ କିଛି ଲୋକେ ବଜାର ଯାଉଥିବା ବେଳେ କିଛି ଠେଲା ଗାଡିରୁ କିଣି ଥାନ୍ତି । ନିକଟରେ ସବୁଜ ପନିପରିବା ସହ ଜଡିତ ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ଦେଖି ସର୍ବ ସାଧାରଣ କ୍ରୋଧ ପ୍ରକାଶ କରିବା ସହ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି। ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।

- Advertisement -

ଭିଡିଓଟି ମହାରାଷ୍ଟ୍ରର ବୋଲି ଜଣାପଡିଛି । ଭିଡିଓରେ ଦେଖି ପାରିବେ, ଏଠାକାର ଜଣେ ପରିବା ବ୍ୟବସାୟୀ ପନିପରିବାକୁ ପାଣିରେ ଧୋଉଛନ୍ତି । ମାତ୍ର ଏଥିପାଇଁ ବ୍ୟବସାୟୀ ଜଣକ ସ୍ୱଚ୍ଛ ନୁହେଁ ବରଂ ନଳାରେ ଅପରିଷ୍କାର ପାଣି ବ୍ୟବହାର କରୁଛନ୍ତି । ଯେକେହି ଏହି ଭିଡିଓ ଦେଖିବ ପନିପରିବା ସେବନ ପାଇଁ ଘୃଣା କରିବ । ସୋସିଆଲ ମିଡିଆରେ ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଲୋକେ ଭିଡିଓକୁ ଦେଖି ଭିନ୍ନ ଭିନ୍ନ ମତ ଦେବା ସହ କ୍ରୋଧ ପ୍ରକାଶ କରିଛନ୍ତି । ଏହି ଭିଡିଓଟି ଉହ୍ଲାସନଗରର ଖେମାନୀ ପରିବା ବଜାରର ବୋଲି କୁହାଯାଉଛି। ବ୍ୟବସାୟୀ ଜଣକ ଏଠାରେ ଏକ ନଳାରେ ପନିପରିବା ଧୋଉଛନ୍ତି। କିଛି ଲୋକେ ଭିଡିଓ ଦେଖିବା ପରେ ବ୍ୟବସାୟୀ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

୧୦୦ ବର୍ଷ ପରେ ସୂର୍ଯ୍ୟ ଗ୍ରହଣ ଓ ଶନି ଚଳନ ସହ ଦୁର୍ଲ୍ଲଭ ସଂଯୋଗ: ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ବଡ ପରିବର୍ତ୍ତନ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories