ବିଧାନସଭାରେ ସଦସ୍ୟତା ହରାଇଲେ କଂଗ୍ରେସର ୬ବିଦ୍ରୋହୀ ବିଧାୟକ
ଶିମଲା: ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୬ଜଣ ବିଧାୟକ କ୍ରସ ଭୋଟିଂ କରିବା ମହଙ୍ଗା ପଡିଛି। ଏହି ୬ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୬ଜଣ ବିଧାୟକ ବିଧାନସଭାରେ ସଦସ୍ୟତା ହରାଇଛନ୍ତି। ଏନେଇ ବାଚସ୍ପତି କୁଲଦୀପ ସିଂହ ପଠାନିଆ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଆଣ୍ଟି-ଡିଫେକ୍ସନ୍ ଆଇନର ସିଡ୍ୟୁଲ ୧୦ ଅନୁଯାୟୀ ଟ୍ରିବ୍ୟୁନାଲର ବିଚାରପତି ଭାବେ ସେ ଏହି ନିଷ୍ପତି ଶୁଣାଇଥିବା କହିଛନ୍ତି। କୁଲଦୀପ ସିଂହ କହିଛନ୍ତି ଯେ ଆମର ଏହି ୬ଜଣ ସମ୍ମାନିତ ବିଧାୟକ କଂଗ୍ରେସ ଦଳରୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ଏବେ ଦଳ ବିରୋଧରେ ଯାଇ କ୍ରସ ଭୋଟିଂ କରିଥିଲେ।
Comments are closed.