ମୁଖ୍ୟମନ୍ତ୍ରୀ ପଦରୁ ସୁଖବିନ୍ଦର ସିଂହ ସୁଖୁଙ୍କ ଇସ୍ତଫା !
ହିମାଚଳ: ହିମଚଳପ୍ରଦେଶରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ସୁଖବିନ୍ଦର ସିଂହ ସୁଖୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । କଂଗ୍ରେସ ସରକାରକୁ ବଞ୍ଚାଇବାକୁ ଯାଇ ସୁଖୁ ପଦରୁ ଇସ୍ତଫା ଦେଇ ପର୍ଯ୍ୟବେକ୍ଷକଙ୍କୁ ପଠାଇଥିବା ସୂଚନା ମିଳିଛି । ତେବେ ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇନାହିଁ ।
ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ପରେ ହିମାଚଳରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଛି । ଦଳର ବିରୋଧରେ ଯାଇ ୬ଜଣ ବିଧାୟକ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । ଏହାପରେ କଂଗ୍ରେସ ହାଇକମାଣ୍ଡ ସରକାର ବଞ୍ଚାଇବାକୁ କର୍ଣ୍ଣାଟକ ନେତା ଡିକେ ଶିବକୁମାର ଏବଂ ହରିୟାଣର ପୂର୍ବ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ପର୍ୟ୍ୟବେକ୍ଷକ ଦାୟିତ୍ୱ ଦେଇ ହିମାଚଳ ପ୍ରଦେଶକୁ ପଠାଇଛନ୍ତି ।
Comments are closed.