www.samajalive.in
Saturday, December 6, 2025
16.1 C
Bhubaneswar

ରାଜନୀତିରେ ପ୍ରବେଶ କରିବେ କି କଙ୍ଗନା ରାଣାୱତ

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ କଙ୍ଗନା କହିଛନ୍ତି ଯେ ରାଜନୀତିରେ ପ୍ରବେଶ କରିବାର ବର୍ତ୍ତମାନ ହେଉଛି ପ୍ରକୃତ ସମୟ । କଙ୍ଗନାଙ୍କ ଏଭଳି ବୟାନ ପରେ ତାଙ୍କ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଏଥର ସେ ରାଜନୀତିରେ ପ୍ରବେଶ କରିବେ । ସବୁବେଳେ ନିଜର ମନ୍ତବ୍ୟ ପାଇଁ ବିବାଦରେ ରହି ଆସିଥାନ୍ତି କଙ୍ଗନା ।
ସାକ୍ଷାତକାର ଦେଇ କଙ୍ଗନା କହିଛନ୍ତି ‘ମୁଁ ଅନେକ ଥର ଫିଲ୍ମରେ ରାଜନୈତିକ ଦଳରେ ଅଭିନୟ କରିଛି । ଫିଲ୍ମରେ ଅଭିନୟରେ ଦେଶ ପାଇଁ ଯାହା କରିବାକୁ ଚାହେଁ ତାହା କରିପାରେନାହିଁ । କିନ୍ତୁ ଯଦି ମୁଁ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛି ତେବେ ଏହା ପ୍ରକୃତ ସମୟ ବୋଲି ମୁଁ ଭାବୁଛି’ । କଙ୍ଗନା ଆହୁରି ମଧ୍ୟ କହିଛନ୍ତି- ଏହି ଦେଶ ମୋତେ ବହୁତ କିଛି ଦେଇଛି । ମୁଁ ଦେଶ ପାଇଁ କିଛି କରିବାକୁ ଚାହେଁ । ମୁଁ ରାଷ୍ଟ୍ରବାଦୀ ଥିଲି, ସେହି ପ୍ରତିଛବି ଫଳରେ ଚମକ୍ରାର ଅଭିନୟ କ୍ୟାରିୟର ହୋଇପାରିଛି । ମୋତେ ଅନେକ ଥର ରାଜନୀତିରେ ଯୋଗ ଦେବାକୁ କୁହାଯାଇଛି, ହେଲେ ମୁଁ କରିନାହିଁ । ବର୍ତ୍ତମାନ ପ୍ରକୃତ ସମୟ ବୋଲି ଭାବୁଛି ।
ନିକଟରେ କଙ୍ଗନାଙ୍କ ଅଭିନୀତି ‘ଏମରଜେନ୍ସିଂ’ ଚଳଚ୍ଚିତ୍ର ରିଲିଜ ଅପେକ୍ଷାରେ ରହିଛି । ଏହି ଚଳଚ୍ଚିତ୍ରରେ ନିଦେ୍ର୍ଦଶନା ଦେବା ସହ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି କଙ୍ଗନା ରାଣାୱତ ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories