ନୂଆଦିଲ୍ଲୀ: ହୃଦଘାତରେ ଚାଲିଗଲା ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀର ଜୀବନ। ଜେଲରୁ ମୁକ୍ତ ହୋଇଥିବା ରାଜୀବ ଗାନ୍ଧୀଙ୍କ ୭ଜଣ ହତ୍ୟାକରୀଙ୍କ ମଧ୍ୟରୁ ଜଣଙ୍କର ବୁଧବାର ମୃତ୍ୟୁ ଘଟିଛି। ଅଭିଯୁକ୍ତ ଜଣଙ୍କ ନାମ ସୁଥେନ୍ଦ୍ର ରାଜ ଛଦ୍ମ ନାମ ସନ୍ଥନ ରହିଛି। ସନ୍ଥନ ହୃଦଘାତରେ ପୀଡିତ ହେବା ପରେ ତାଙ୍କୁ ଚେନ୍ନାଇର ରାଜୀବ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ସେ ଶ୍ରୀଲଙ୍କାର ନାଗରିକ ଥିଲେ। ୧୯୯୧ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ନେଇ ତାଙ୍କୁ ୨୦ ବର୍ଷ ଜେଲ ହୋଇଥିଲା । କିନ୍ତୁ ପରେ ସୁପ୍ରିମକୋର୍ଟଙ୍କ ଦ୍ବାରା ୨୦୨୨ ମସିହାରେ ମୁକ୍ତ କରାଯାଇଥିଲା।
Popular Categories



