କଂଗ୍ରେସର କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ

ଗୋପାଳପୁର : ଆଉ କିଛି ମାସ ପରେ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏବେଠୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏହି କ୍ରମରେ ଆଜି ଗୋପାଳପୁର କଂଗ୍ରେସ ପକ୍ଷରୁ କରାପଲ୍ଲୀଠାରେ ଏକ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଗୋପାଳପୁର ନିର୍ବାଚନମଣ୍ଡଳୀରେ ଦଳ ପକ୍ଷରୁ ଚଳିତ ଥର ପ୍ରାର୍ଥୀ ହେଉଥିବା ଡ଼ ଶମ୍ଭୁ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଗଞ୍ଜାମ ଜିଲ୍ଲା କଂଗ୍ରେସ (ପୂର୍ବ) ସଭାପତି ଦିପକ କୁମାର ପଟ୍ଟନାୟକ, କଂଗ୍ରେସ ସେବା ଦଳ ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବ୍ରହ୍ମପୁର ମହାନଗର ନିଗମ ପୂର୍ବତନ ସଭାନେତ୍ରୀ ସୁବାସିନୀ ପଟ୍ଟନାୟକ, ପ୍ରମୋଦ କୁମାର ସାହୁ, ଓମ୍ ତତ୍ ସତ୍ ସୁବୁଦ୍ଧି ପ୍ରମୁଖ ମଞ୍ଚାସୀନ ରହିଥିଲେ।

ବୈଠକରେ ଆଗାମୀ ନିର୍ବାଚନ ପାଇଁ ରଣକୌଶଳ ପ୍ରସ୍ତୁତ ହେବା ନେଇ ଆଲୋଚନା ହୋଇଥିଲା । ଲୋକେ ଏବେ ସଚେତନ ହେବା ସହ ଚଳିତ ନିର୍ବାଚନରେ କଂଗ୍ରେସକୁ ପୁଣି ଥରେ ଓଡିଶାବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେବାକୁ ଆହ୍ବାନ ଦେବା ସହ ଜଣେ ଜଣେ କର୍ମୀ ବୁଥ ସ୍ତରରେ କଂଗ୍ରେସକୁ ବିପୁଳ ଭୋଟ ଦେବାକୁ ଆଗେଇ ଆସିବାକୁ ଅତିଥିମାନେ ମତପୋଷଣ କରିଥିଲେ। ଏହି ଅବସରରେ ରଙ୍ଗେଇଲୁଣ୍ଡା ବ୍ଲକ କିଆଫୁଲ ସିମିତର ପର୍ଶୁରାମ ରେଡ୍ଡୀ ନିଜର ୨୦ ରୁ ଉର୍ଦ୍ଧ୍ବ ସମର୍ଥକ ଏବଂ ଲାଞ୍ଜିପଲ୍ଲୀ ଅଞ୍ଚଳର ପାଣିଗ୍ରାହୀ ନିଜର ୩୦ ରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସୁଦାମ ବେହେରା, ରାଜୁ ରେଡ୍ଡୀ, ରାଜା ବେହେରା, ଅଜିତ ପାତ୍ର, ଲକ୍ଷ୍ମଣ ବେହେରା, ପାଣ୍ଡବ ରଣା, ବାପିନି ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

 

Comments are closed.