bjd gruha runa banner

ଅଖିଳ ଭାରତ କଂଗ୍ରେସ ସେବାଦଳର ଧ୍ୱଜାବନ୍ଧନ କାର୍ଯ୍ୟକ୍ରମ

BSKY banner  750×100

ଭୁବନେଶ୍ୱର: କଂଗ୍ରେସ ଭବନ ପ୍ରାଙ୍ଗଣରେ ରବିବାର ଧ୍ୱଜାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ମନୋଜ ଜେନା ପତାକା ଉତ୍ତୋଳନ କରିଥିଲେ। କଂଗ୍ରେସ ସେବାଦଳ ପ୍ରତ୍ୟେକ ମାସ ଶେଷ ରବିବାର ଦିନ ଧ୍ୱଜାବନ୍ଧନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କ ପାଖରେ ଏକତାର ବାର୍ତ୍ତା ପହଞ୍ଚାଇବା ସହିତ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସମ୍ବନ୍ଧରେ ଆଲୋଚନା କରିଥିଲେ।

ଏଥିରେ ଧ୍ୱଜରକ୍ଷକ ଜ୍ୟୋତିଷ କୁମାର ସାହୁ, ସମ୍ପାଦକ କୁଳମଣି ସାହୁ, କୋଷାଧ୍ୟକ୍ଷ ନିରେଶ ପାତ୍ର, ବିଷ୍ଣୁ ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Comments are closed.