www.samajalive.in
Friday, December 5, 2025
23.1 C
Bhubaneswar

କାମ୍ବୋଡ଼ିଆକୁ ବାଘ ଦେବ ଭାରତ

ନୂଆଦିଲ୍ଲୀ : ଚଳିତବର୍ଷ ନଭେମ୍ବର ସୁଦ୍ଧା କାମ୍ବୋଡ଼ିଆକୁ ପ୍ରଥମ ଦଫାରେ ୪ଟି ମହାବଳ ବାଘ ରପ୍ତାନି କରିବ ବୋଲି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୬ରୁ କାମ୍ବୋଡିଆରେ ବାଘ ବଂଶ ବିଲୁପ୍ତ ହୋଇସାରିଛି। ତେଣୁ ବାଘ ବଂଶ ପୁଣିଥରେ ବୃଦ୍ଧି କରିବା ଲକ୍ଷ୍ୟରେ କାମ୍ବୋଡିଆକୁ ବାଘ ପଠାଇବାକୁ ଭାରତକୁ ଅନୁରୋଧ କରାଯାଇଛି। ୨୦୨୨ ନଭେମ୍ବରରେ ଏହି ମର୍ମରେ ଭାରତ ଓ କାମ୍ବୋଡିଆ ମଧ୍ୟରେ ଏକ ରାଜିନାମା ମଧ୍ୟ ସ୍ବାକ୍ଷରିତ ହୋଇସାରିଛି। କିଛି ଦିନ ପୂର୍ବେ କାମ୍ବୋଡିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦେବଯାନୀ କୋବ୍ରାଗଡେ ଏବଂ ସେଠାକାର ଜଙ୍ଗଲ ବିଭାଗ ଅଧିକାରୀ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କାମ୍ବୋଡିଆକୁ ପ୍ରଥମ ଦଫାରେ ଗୋଟିଏ ଅଣ୍ଡିରା ଏବଂ ତିନିଟି ମାଈ ମହାବଳ ପଠାଯିବ ବୋଲି ଆପାତତଃ ସ୍ଥିର କରାଯାଇଛି। ସୂଚନାଯୋଗ୍ୟ ୨୦୦୭ରେ କାମ୍ବୋଡିଆରେ ଶେଷ ଥର ପାଇଁ ବାଘକୁ ସିସିଟିିଭି କ୍ୟାମେରା ଜରିଆରେ ଠାବ କରାଯାଇଥିଲା। ଏହାପରଠାରୁ ବାଘର କୌଣସି ଖୋଜ ଖବର ନ ମିଳିବାରୁ କାମ୍ବୋଡିଆ ସରକାର ୨୦୧୬ରେ ଏହାକୁ ବିଲୁପ୍ତ ପ୍ରାଣୀ ଘୋଷଣା କରିଥିଲେ। ୨୦୨୨ ସୁଦ୍ଧା ଭାରତରେ ବାଘ ସଂଖ୍ୟା ୩୮୮୨ ରହିଥିଲା। ବିଶ୍ବରେ ମୋଟ ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ବାସ କରୁଥିବା କୁହାଯାଇଛି। ଭାରତରେ ବାଘ ବଂଶ ବୃଦ୍ଧି ନିମନ୍ତେ ୧୯୭୩ ଏପ୍ରିଲ ୧ରୁ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ବର୍ତ୍ତମାନ ଦେଶର ୭୫ ହଜାର ବର୍ଗ କିମି ଅଞ୍ଚଳରେ ମୋଟ ୫୩ ବ୍ୟାଘ୍ର ଅଭୟାରଣ୍ୟ ରହିଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories