www.samajalive.in
Sunday, December 7, 2025
18.1 C
Bhubaneswar

ଶିକ୍ଷିତ ଯୁବଗୋଷ୍ଠୀ ଓ ପ୍ରଫେସନାଲ କଂଗ୍ରେସରେ ସାମିଲ ପାଇଁ ଆହ୍ୱାନ

ଭୁବନେଶ୍ୱର: ସର୍ବଭାରତୀୟ ପ୍ରଫେସନାଲ କଂଗ୍ରେସ ଓଡ଼ିଶା ଶାଖା ପୁନଃର୍ଗଠିତ ହେବାପରେ ଏହାର ପ୍ରଥମ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅଲ୍ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ଓଡ଼ିଶା ଶାଖାର ନବ ନିଯୁକ୍ତ ସଭାପତି ମମତା କୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ନରେନ୍ଦ୍ର ମୋଦିଙ୍କ ଶାସନ ସମୟରେ ଭାରତବର୍ଷ ବର୍ତ୍ତମାନ ଯେଉଁ ଘଡ଼ିସନ୍ଧି ମୁହୁର୍ତ୍ତଦେଇ ଗତି କରୁଛି ଭାରତର ଅର୍ଥନୀତି, ବିଦେଶ ନୀତି ଓ ସାମାଜିକ ବ୍ୟବସ୍ଥା ଯେଭଳି ଭାବରେ ବିପର୍ଯ୍ୟସ୍ତ ହୋଇଯାଇଛି, ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧିି ଯେଭଳି ଘଟିଛି ତାହା ଗରୀବ ଓ ମଧ୍ୟବିତ ଲୋକଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗ ଦେଲାଣି। ଏହି ସମୟରେ ଶିକ୍ଷିତ ବୁଦ୍ଧିଜୀବୀ ତଥା ଯୁବଗୋଷ୍ଠିଙ୍କୁ କଂଗ୍ରେସ ଦଳରେ ସାମିଲ କରିବାକୁ ଓଡ଼ିଶା ପ୍ରଫେସନାଲ କଂଗ୍ରେସ ଦୃଢ଼ତାର ସହିତ କାର୍ଯ୍ୟ କରିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଫେସନାଲ କଂଗ୍ରେସର ସଭାପତି ଶ୍ରୀମତୀ କୁଣ୍ଡୁ ଖୁବଶୀଘ୍ର ଓଡ଼ିଶାର ୨୧ଟି ସଂସଦୀୟ କ୍ଷେତ୍ରରେ ପ୍ରଫେସନାଲ ମାନଙ୍କୁ ନୂତନ ନିଯୁକ୍ତି ଦେବା ସହିତ ଶିକ୍ଷିତ ଯୁବଗୋଷ୍ଠୀ ଏବଂ ବୃଦ୍ଧିଜୀବୀ ମାନଙ୍କର ବୃହତର ସ୍ୱାର୍ଥ ପାଇଁ ପ୍ରଫେସନାଲ କଂଗ୍ରେସ ଲଢ଼େଇ କରିବ ବୋଲି ସୂଚନା ଦେଇଥିଲେ ।

 

- Advertisement -

ପ୍ରଫେସନାଲ କଂଗ୍ରେସ ଖୁବଶୀଘ୍ର ସାରା ଓଡ଼ିଶାର ଯୁବକ ଯୁବତୀମାନଙ୍କୁ କଗ୍ରେସ ଦଳରେ ସାମିଲ କରିବା ପାଇଁ ସକ୍ରିୟ ଭୂମିକା ନିର୍ବାହ କରିବ ବୋଲି ମମତା କୁଣ୍ଡୁ ସୂଚନା ଦେଇଥିଲେ । ଅଲ୍ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ଓଡ଼ିଶା ଶାଖାର ନବ ନିଯୁକ୍ତ ସଂପାଦକ ଆଇନଜୀବୀ ଆକାଶ ଭୂୟାଁ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଶାସନରେ ଦାରିଦ୍ର ବୃଦ୍ଧି, ବେକାରୀ ବୃଦ୍ଧି, ଓ ନିତ୍ୟବ୍ୟବହାର୍ଯ୍ୟ ପ୍ରତ୍ୟେକ ଦ୍ରବ୍ୟର ମୂଲ୍ୟବୃଦ୍ଧି ଆକାଶ ଛୁଆଁ ହେଲାଣି ବୋଲି ଆରୋପ କରି ଶିକ୍ଷିତ ଯୁବ ସମାଜ କଂଗ୍ରେସ ଜରିଆରେ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ଏଥିନିମନ୍ତେ ଓଡ଼ିଶାର ସମସ୍ତ ବୁଦ୍ଧିଜୀବୀ ଓ ଯୁବଶକ୍ତି, ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ ଓ ସାମ୍ବାଦିକ ବନ୍ଧୁମାନଙ୍କର ସହଯୋଗ କାମନା କରିଥିଲେ । ପ୍ରଫେସନାଲ କଂଗ୍ରେସର ଉପସଭାପତି ଶ୍ରୀ ସଂଜୟ କୁମାର ମିଶ୍ର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରଫେସନାଲ କଂଗ୍ରେସର ରାଜ୍ୟ ସଂଯୋଜକ ଶ୍ରୀ ରଞ୍ଜିତ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories