ରାହୁଲଗାନ୍ଧୀଙ୍କ ଗସ୍ତ ନେଇ କଂଗ୍ରେସର ପ୍ରସ୍ତୁତି ବୈଠକ
ମାଲକାନଗିରି : ଆସନ୍ତା ୮ ତାରିଖ ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୟପୁର ଓ ରାୟଗଡା ଗସ୍ତରେ ଆସୁଥିବା ବେଳେ ଏଥିନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢିବାର ଦେଖାଯାଇଛି। ତେବେ ମାଲକାନଗିରି ଜିଲ୍ଲାରେ ନେତା ଓ କର୍ମୀ କାର୍ଯ୍ୟକ୍ରମରେ କିପରି ସାମିଲ ହେବେ ଏଥିନେଇ ମଙ୍ଗଳବାର ମାଲକାନଗିରି କଂଗ୍ରେସ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କୋରାପୁଟ ଜିଲ୍ଲା କଂଗ୍ରେସ ସଭିନେତ୍ରୀ ମିନାଖୀ ବାହିନିପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ରାମ ପଟ୍ଟନାୟକ, ମାଲା ମାଢି, ଭଳି ବହୁ ନେତା ଯୋଗ ଦେଇଥିଲ। ମାଲକାନଗିରି ଜିଲ୍ଲାରେ କିଭଳି ଅଧିକରୁ ଅଧିକ କର୍ମୀ ଓ ଜନସାଧାରଣ ରାହୁଲଙ୍କ ସଭାରେ ଯୋଗ ଦେବେ ଓ ଏହି ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ କରାଇବେ ସେଥିନେଇ ଆଲୋଚନା କରାଯାଇଥିବା ବେଳେ ପ୍ରାୟ ଏକ ହଜାରରୁ ଉଦ୍ଧ୍ଵ କର୍ମୀ ମାଲକାନଗିରିରୁ ଏହି ସଭାକୁ ଯୋଗ ଦେବା ନିମନ୍ତେ କୁହାଯାଇଥିଲ।। ଆଉ କିଛି ମାଦପରେେ ବିଧାନସଭା ଓ ସାଧାରଣ ନିର୍ବାଚନ ଥିବା ବେଳେ ମାଲକାନଗିରିର ଚିତ୍ରକୋଣ୍ଡା ସମେତ ଦୁଇଟି ନିର୍ବାଚନ ମଣ୍ଡଳୀରେ କିଭଳି କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିବେ ସେଥିନେଇ ଆଲୋଚନା କରା ଯାଇଥିଲ।। ରାଜ୍ୟ ସରକାରଙ୍କ ଦୁର୍ନୀତି ଓ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଅବହେଳା ଚଳିତ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ଶ୍ରୀମତୀ ବାହିନିପତି ପ୍ରକାଶ କରିଥିଲ। ଚଳିତ ଥର ଜନସାଧାରଣ ଆଉ ମୋଦୀଙ୍କ ମିଥ୍ୟା ନାଟକବାଜିକୁ ସହ୍ୟ କରିବେ ନାହିଁ ଏବଂ ସ୍ଥିର ଶାସନ ପାଇଁ କ୍ଷମତା ଗାଦିକୁ କଂଗ୍ରେସକୁ ଆଣିବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି। ଏହାର ପରିଣାମ ଗତ ବିଧାନସଭା ନିର୍ବାଚନରେ ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ଜାଗାରେ ଦେଖିବାକୁ ମିଳିଥିଲ।। ତେଣୁ ଓଡିସାରେ ମଧ୍ୟ ନବୀନ ସରକାରଙ୍କ ସମୟ ସରି ଆସିଲାଣି। ଚଳିତ ଥର କଂଗ୍ରେସକୁ ଲୋକେ ସମର୍ଥନ ଦେବେ ଏଥିରେ ଦ୍ୱିମତ ନାହିଁ ବୋଲି ସଭାପତି ଶ୍ରୀ ପାତ୍ର ପ୍ରକାଶ କରିଥିଲୋ