mission shakti banner

ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

BSKY banner  750×100
0

ବଡ଼ସାହି: ରବିବାର ଅପରାହ୍ଣରେ ଦେଉଳିଆ ଗ୍ରାମର ବରିଷ୍ଠ କଂଗ୍ରେସ ନେତା ଭାସ୍କର ଲେଙ୍କା(୮୪)ଙ୍କର ପରଲୋକ ଘଟିଛି। ୧୯୩୫ ମସିହାରେ ଜନ୍ମିତ ସ୍ୱର୍ଗତ ଲେଙ୍କା ପିଲାବେଳରୁ ଭାରତ ଛାଡ଼ ଆନ୍ଦୋଳନର ମୁକସାକ୍ଷୀ ଥିବା ବେଳେ ପରବର୍ତ୍ତୀ ସମୟରେ ସେ ଜାତୀୟ କଂଗ୍ରେସ ଦଳର ଆଜୀବନ କର୍ମୀ ଭାବରେ ପରିଚିତ ଥିଲେ। ସେ ଗାଁ ରାଜନୀତିରେ ସକ୍ରିୟ ରହି ଦେଉଳିଆ ଡ଼ାକ୍ତରଖାନା ଛକରେ ପ୍ରଥମେ ଦୋକାନ କରି ବ୍ୟବସାୟ ଆରମ୍ଭ କରିଥିଲେ। ସେ ଜଣେ ସଙ୍ଗଠକ, ଧର୍ମପରାୟଣ, ପରୋପକାରୀ ଓ ଦୟାଳୁ ବ୍ୟକ୍ତି ଥିଲେ। ମୃତ୍ୟୁ ଖବର ପାଇବା ପରେ ବହୁ ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିଛନ୍ତି। ମରଶରୀରରେ ଦଳୀୟ ପତାକା ସମ୍ମାନ ପ୍ରଦାନ ପରେ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କର ୨ପୁଅ, ବୋହୁ, ନାତିନାତୁଣି ଉପସ୍ଥିତ ଥିଲେ। କଂଗେସ ଦଳର ପୂର୍ବତନ ଜିଲା ସଭାପତି ପ୍ରକାଶ କର ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ବଳା, ବ୍ଲକ ସଭାପତି ଗୁଣନିଧି ମହାନ୍ତି, ହାଡ଼ିବନ୍ଧୁ ମହାପାତ୍ର, ସନ୍ତୋଷ ବେହେରା, ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ପ୍ରଭାତ କୁମାର ଜେନା ଓ ବ୍ଲକ ଯୁବ ବିଜେଡ଼ି ସଭାପତି ନିହାର ରଞ୍ଜନ ମହାପାତ୍ର ପ୍ରମୁଖ ତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି।

Leave A Reply