ରାୟପୁର : ଉଭୟ ବିଜେପି ଓ କଂଗ୍ରେସ ହେଉଛନ୍ତି ନାଗ ସାପ (ସାପନାଥ, ନାଗନାଥ)। ସେମାନଙ୍କ ସହିତ ବନ୍ଧୁତା କରିବା ବିପଜ୍ଜନକ। ଆମେ ବିରୋଧୀ ଦଳରେ ବସିବୁ ପଛେ ଏହି ଦୁଇ ଦଳ ସହିତ କୌଣସି ପରିସ୍ଥିତିରେ ମେଣ୍ଟ କରିବୁ ନାହିଁ ବୋଲି କହିଛନ୍ତି ବହୁଜନସମାଜ ପାର୍ଟି (ବିଏସ୍ପି) ମୁଖ୍ୟ ମାୟାବତୀ। ଛତିଶଗଡ଼ରେ ନିର୍ବାଚନ ପ୍ରଚାର ଚଳାଇଥିବା ମାୟାବତୀ ଶୁକ୍ରବାର ଏହି ଦୁଇ ଜାତୀୟ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ଦୁଇ ଦଳ ଗରିବ, ଶ୍ରମିକ, କୃଷକ ଓ ଦଳିତ ବର୍ଗଙ୍କ ହିତ ପାଇଁ ବାସ୍ତବରେ କେବେ ଚିନ୍ତା କରି ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଅଜିତ ଯୋଗୀଙ୍କ ଜନତା-କଂଗ୍ରେସ ସହିତ ମେଣ୍ଟ କରିଛନ୍ତି।
Popular Categories



