www.samajalive.in
Monday, December 8, 2025
14.1 C
Bhubaneswar

ବିଗତ ୨୦ବର୍ଷ ପରେ ଓଡ଼ିଶା ପାଇଁ ରାଜ୍ୟ ସରକାର ଗୋଟିଏ ଭଲ ନିଷ୍ପତି ନେଇଛନ୍ତି : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ବିଗତ ୨୦ବର୍ଷ ଭିତରେ ଓଡ଼ିଶାର ସ୍ୱାର୍ଥ ନେଇ ଓଡ଼ିଶା ସରକାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସେଭଳି କିଛି ବଡ଼ ନିଷ୍ପତି ନେଇନାହାନ୍ତି । ଏବେ ଓପିଜିସିକୁ ସଂପୂର୍ଣ୍ଣଭାବେ ଅଧିକାର କରିବା ସରକାରଙ୍କ ନିଷ୍ପତିକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ୨୦୦୦ ମସିହା ପରଠାରୁ ଏପର୍ଯ୍ୟନ୍ତ ନିଜସ୍ୱ ବିଦ୍ୟୁତ ଉତ୍ପାଦନ ପାଇଁ ସରକାର କୌଣସି କାର୍ଯ୍ୟକ୍ରମ ଗ୍ରହଣ କରିନଥିଲେ ଯାହାହେଉ ଏତେଦିନ ପରେ ସରକାରଙ୍କ ବୁଦ୍ଧି ହେଲା ଏବେ ୪୯ଭାଗ ଏଇଏସ ଠାରୁ ୧୦୦୦ କୋଟିରେ ନେବ ।

ଆମେ ସରକାର ଥିବା ସମୟରେ କର୍ଣ୍ଣାଟକ ସରକାରଙ୍କୁ ଅନୁସରଣ କରି ଓପିଜିିସି ସୃଷ୍ଟି କରାଯାଇଥିଲା ଏବଂ ପରିବର୍ତୀ ସମୟରେ ମଧ୍ୟ ଓଏଚ୍‌ପିସି ସୃଷ୍ଟି କରାଗଲା । ଉଭୟ ସମୟରେ ମୁଁ ବିଦ୍ୟୁତ ମନ୍ତ୍ରୀ ଥିଲି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ୨ଟିଯାକ କମ୍ପାନୀ ଦୁଧିଆଳି ଗାଈପରି କାର୍ଯ୍ୟକରୁଛନ୍ତି । ସେଥିପାଇଁ ମୁଁ ଜଣେ ଓଡ଼ିଆ ହିସାବରେ ଅତ୍ୟନ୍ତ ଆନନ୍ଦିତ । ଏବେ ଓପିଜିସିରୁ ପ୍ରାୟ ୧୭୫୦ ମେଗାୱାଟ ବିଦ୍ୟୁତ ପାଇବ । ନିଷ୍ଠାପର ଭାବେ କାମ ହେଲେ ରାଜସ୍ୱ ବୃଦ୍ଧିହେବ ଏହା ଅବକାରୀ ରାଜସ୍ୱ ଅପେକ୍ଷା ଶତଗୁଣରେ ରାଜ୍ୟ ଓ ଜନସାଧାରଣଙ୍କ ପାଇଁ ଲାଭଦାୟକ ହେବ ଏବଂ ସେହିପରି ନିଳାଂଚଳ ଇସ୍ପାତକୁ ନିଜ ଅଧିନକୁ ନେବାକୁ ସରକାର ନିଷ୍ପତି କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

- Advertisement -

ଅନ୍ୟ ଏକ ପ୍ରସଙ୍ଗରେ ଜେଇଇ ଓ ନିଟ୍ ପରୀକ୍ଷା ସଂପର୍କରେ କହିବାକୁ ଯାଇ ଶ୍ରୀ ପଟ୍ଟନାୟକ କହିଛନ୍ତି କେନ୍ଦ୍ର ସରକାର ଜେଇଇ ଓ ନିଟ୍ ପରୀକ୍ଷା କରିବାପାଇଁ ଅଟଳ । ରାଜ୍ୟ ସରକାର ପିଲାମାନଙ୍କ ପରୀକ୍ଷା ପାଇଁ ଯିବାଆସିବା, ଖାଇବା ଓ ରହିବା ଖର୍ଚ୍ଚ ବହନ କରିବାକୁ ନିଷ୍ପତି ନେଇଛନ୍ତି । ଆମ ମୁଖ୍ୟମନ୍ତ୍ରୀ ମୋଦି ମହାଶୟଙ୍କ ସବୁକଥା ରକ୍ଷା କରୁଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ଆମ ମୁଖ୍ୟ ମନ୍ତ୍ରୀଙ୍କ କଥା ରଖିଲେ ନାହିଁ । ଏହା ଦୁଃଖ ଓ ପରିତାପର ବିଷୟ । ୭ଟି ଯାଗାରେ ପ୍ରାୟ ୫୦ ହଜାର ପିଲା ୨ ଘଣ୍ଟା ଧରି ମାକ୍ସ ପିନ୍ଧି ପରୀକ୍ଷା ଦେବା କେତେ କଷ୍ଟଦାୟକ ତାହା ଅନୁଭୂତି ନଥିଲେ ବୁଝିହେବ ନାହିଁ । ପିଲାମାନଙ୍କୁ କରୋନା ମହାମାରୀର ସଂକ୍ରମଣରୁ ରକ୍ଷାକରିବା ପାଇଁ ପରୀକ୍ଷା ଦେବାବେଳେ ସାମାଜିକ ଦୂରତା ରକ୍ଷା କରିବାପାଇଁ ବ୍ୟବସ୍ଥା କରାଯିବା ସହ ଯାହା ପିଲାମାନଙ୍କ ପ୍ରାପ୍ୟ ତାହା ତୁରନ୍ତ ତାଙ୍କ ବ୍ୟାଙ୍କ ଆକାଉଂଟରେ ଜମା କରାଯାଉ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories