ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ନେଇ ବିଡିଓଙ୍କୁ ଲିଖିତ ଅଭିଯୋଗ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡାଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଲାଞ୍ଜିଗଡ଼ ପଞ୍ଚାୟତର ସମସ୍ତ ୧୩ ୱାର୍ଡ ମେମ୍ବର, ନାଏବ ସରପଞ୍ଚ ଓ ସମିତି ସଭ୍ୟା ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଛନ୍ତି। ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ୱାର୍ଡରେ କାମ ଜାରି ରହିଥିବା ବେଳେ ତାହା ଅତି ନିମ୍ନ ମାନର। ଏଥିସହ କୌଣସି ୱାର୍ଡମେମ୍ବର କିମ୍ବା ନାଏବ ସରପଞ୍ଚଙ୍କ ସହିତ ଆଲୋଚନା ନକରି ନିଜେ ମନମୁଖୀ ଭାବେ କାର୍ଯ୍ୟ କରି ଚାଲିଥିବା ବେଳେ ୨ ଜଣ ଯୁବକଙ୍କ ଇସାରାରେ କାର୍ଯ୍ୟ କରୁଛନ୍ତି ବୋଲି ୱାର୍ଡର ମେମ୍ବର ଓ ନାଏବ ସରପଞ୍ଚ ବିଡିଓଙ୍କଠାରେ ପ୍ରକାଶ କରିଛନ୍ତି। ଯାହା ଫଳରେ ପଞ୍ଚାୟତ ଅଧୀନରେ ହେଉଥିବା କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ତଦାରଖ କରାଯାଉନାହିଁ। ସୂଚନା ମତେ, ଆଜିକୁ ୬୮ ବର୍ଷ ହେଲା ଲାଞ୍ଜିଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ନାହିଁ। ନିଜସ୍ୱ ଘର ନଥିବାରୁ ଲାଞ୍ଜିଗଡ଼ ସମବାୟ ସମିତି ଅଫିସ କାର୍ଯ୍ୟାଳୟରେ ଚାଲିଛି।ପଞ୍ଚାୟତର ନିଜସ୍ୱ ଗୃହ ନଥିବାରୁ ପଞ୍ଚାୟତରେ ବୈଠକ ମଧ୍ୟ ହୋଇ ପାରୁନାହିଁ। ଯାହା ଫଳରେ ବିଭିନ୍ନ ଉନ୍ନତିମୂଳକ କାମ ହୋଇ ପାରୁନାହିଁ।
prayash
ଅନ୍ୟପକ୍ଷରେ ୬୮ ବର୍ଷ ମଧ୍ୟରେ ୨୧ରୁ ଅଧିକ ସରପଞ୍ଚ ଆସି ଚାଲି ଗଲେଣି। ଏମାନଙ୍କ ମଧ୍ୟରେ ୨୦୦୮ରୁ ୧୨ ପର୍ଯ୍ୟନ୍ତ ସରସ୍ବତୀ ମୁଣ୍ଡା ଲାଞ୍ଜିଗଡ଼ରେ ସରପଞ୍ଚ ରହିଥିବା ବେଳେ ପୁଣି ଲାଞ୍ଜିଗଡ଼ବାସୀ କିଛି ଭଲ କାମ କରିବେ ବୋଲି ଦ୍ୱିତୀୟ ଥର ଲାଞ୍ଜିଗଡ଼ ସରପଞ୍ଚ ଭାବେ ଶ୍ରୀମତୀ ମୁଣ୍ଡାଙ୍କୁ ଚୟନ କରିଛନ୍ତି। ବର୍ତ୍ତମାନ ତାଙ୍କ ମନମୁଖୀ କାର୍ଯ୍ୟ କଳାପ ଯୋଗୁଁ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ନେଇ ଅଞ୍ଚଳବାସୀ ବିଡିଓଙ୍କୁ ଅଭିଯୋଗ କରିବା ସହ ଏହାର କୌଣସି ପ୍ରତିକାର ନହୁଏ ତାହାହେଲେ ଦିନରେ ଲାଞ୍ଜିଗଡ଼ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ଲାଞ୍ଜିଗଡ଼ ସମିତି ସଭ୍ୟା ସୁମତି ମାଝୀ, ନାଏବ ସରପଞ୍ଚ ହରିକୃଷ୍ଣ ହରିଜନ, ଲାଞ୍ଜିଗଡ଼ ୧୩ ଗୋଟି ୱାର୍ଡର ୱାର୍ଡମେମ୍ବର ମାନସିନୀ ମୁଣ୍ଡା, ରଞ୍ଜିତା ନାଗ, ମମତା ନାଏକ, ସୁଲଚନା ବଣୁଆ, ସଞ୍ଜୁ ମାଝୀ, ରାଜୀବ ମାଝୀ, ଉମା ହରିଜନ, ଧନିଆ ମାଝୀ, କମଳି ମାଝୀ ଓ ରାଜି ମାଝୀ ସମେତ ଅଞ୍ଚବାସୀ ଚେତାବନୀ ଦେଇଛନ୍ତି।
kalyan agarbati

Comments are closed.