ଚଳିତ ବର୍ଷ ହେବନାହିଁ ଛାତ୍ର ସଂସଦ ନିର୍ବାଚନ; ମନୋନୀତ ହେବେ ପ୍ରତିନିଧି
ଭୁବନେଶ୍ବର : ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବନାହିଁ। । ଏଣିକି ଯେଉଁଠି ଛାତ୍ର ସଂସଦ ଆବଶ୍ୟକ ହେବ ସେଇଠି ଛାତ୍ର ପ୍ରତିନିଧି ମନୋନୟନ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟର କୁଳପତି, ସମସ୍ତ ସରକାରୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ଏବଂ ସମସ୍ତ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜଗୁଡିକର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ଛାତ୍ର-ଛାତ୍ରୀଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗାମୀ ଦିନରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରୁଥିବା ଜଣାପଡ଼ିଛି।
Comments are closed.