ନୂଆଦିଲ୍ଲୀ: କେରଳ କ୍ୟାଡରର ୧୯୮୫ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡଃ ଅଜୟ କୁମାରଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଛି। କ୍ୟାବିନେଟ ନିଯୁକ୍ତି କମିଟି ଡଃ କୁମାରଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛି। ପଶ୍ଚିମବଙ୍ଗର ୧୯୮୨ ବ୍ୟାଚ ଅଫିସର ସଞ୍ଜୟ ମିତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ଡଃ କୁମାରଙ୍କୁ ନିଯୁକ୍ତ କରାଯାଇଛି।
କ୍ୟାବିନେଟ ନିଯୁକ୍ତି କମିଟି ମଧ୍ୟ ସ୍ୱତନ୍ତ୍ର ପ୍ରତିରକ୍ଷା ସଚିବ ସୁବାଷ ଚନ୍ଦ୍ରାଙ୍କୁ ପ୍ରତିରକ୍ଷା ଉତ୍ପାଦନ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଡଃ କୁମାରଙ୍କ ସ୍ଥାନରେ ସେ ନିଯୁକ୍ତ ହେବେ। ସୁବାଷ ଚନ୍ଦ୍ରା ହେଉଛନ୍ତି କର୍ଣ୍ଣାଟକ କ୍ୟାଡରର ତଥା ୧୯୮୬ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ।



